ଆପଣ ଜାଣନ୍ତି କି, କିଏ ଏସିଆର ନମ୍ବର ୱାନ୍ ଧନୀ

ରାଜକୋଟ: ଏସିଆର ଏକ ନମ୍ବର ଧନୀ କିଏ ? ଯଦି ଆପଣଙ୍କ ଉତ୍ତର ମୁକେଶ ଅମ୍ବାନୀ ତେବେ ନିଜ ସାଧାରଣ ଜ୍ଞାନକୁ ସୁଧାରି ନିଅନ୍ତୁ । ଆପଣଙ୍କ ସାଧାରଣ ଜ୍ଞାନ ଅପଡେଟ୍ ହେବାର ଅଛି । ତେବେ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ ଏଥିରେ ସାହାଯ୍ୟ କରିବୁ । କରୋନା କାଳରେ ଅନେକ ଶିଳ୍ପପତି ଆପଦକୁ ଅବସରରେ ବଦଳାଇ ପାରିଛନ୍ତି । ସେହିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚୀନର ଝୋଙ୍ଗ୍ ଶାନଶାନ । ଚୀନର ଏହି ଶିଳ୍ପପତି କରୋନା କାଳରେ ନିଜ ସଂପତି ବଢାଇ ପାରିଛନ୍ତି ।ଝୋଙ୍ଗଙ୍କ ମୋଟ ସଂପତି ଗତ ବର୍ଷ ୭୦.୯ ଶହ କୋଟି ଡଲାର ଥିଲା । କିନ୍ତୁ କରୋନା ବର୍ଷରେ ସେ ଏହାକୁ ୭.୮ ଶହ କୋଟି ଡଲାର କରିଛନ୍ତି । ୭୭.୮ ଶହ କୋଟି ଡଲାର ସହ ଝୋଙ୍ଗ୍ ହୋଇଛନ୍ତି ଏସୀୟାର ଏକ ନମ୍ବର ଧନୀ ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ, ଜିଓ ବାଲା ମୁକେଶ ଅମ୍ବାନୀ ଏସୀୟ ଧନୀଙ୍କ ତାଲିକାରେ କେତେ ନମ୍ବରରେ ଅଛନ୍ତି ? ଚାଷୀ ଆନ୍ଦୋଳନ ବେଳେ ମୁକେଶ ଓ ତାଙ୍କ କଂପାନୀକୁ ନେଇ ଢେର ଚର୍ଚ୍ଚା ହେଉଛି । ମୁକେଶଙ୍କ ଭଳି ଶିଳ୍ପପତୀଙ୍କୁ ସୁହାଇବା ଭଳି ଆଇନ ମୋଦି ସରକାର କରିଛନ୍ତି ବୋଲି ଅଭିଯୋଗ ହେଉଛି । ଏମିତିରେ ଏହି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ମୁକେଶଙ୍କ ସମ୍ପତି ଗତ ଏକ ବର୍ଷ ଭିତରେ କେତେ ବଢିଛି ?


ଏସୀୟ ଧନୀକ ତାଲିକାରେ ମୁକେଶ ଅମ୍ବାନୀ ଦୁଇ ନମ୍ବରରେ ଅଛନ୍ତି । ମୁକେଶଙ୍କ ମୋଟ ସମ୍ପତ୍ତି ହେଉଛି ୭୬.୯ ଶହ କୋଟି ଡଲାର । ମୁକେଶଙ୍କ ନେଟ୍ ୱର୍ଥ ଚଳିତ ବର୍ଷ ବଢିଛି କିନ୍ତୁ ସେତିକି ନୁହେଁ ଯେତିକି ଝୋଙ୍ଗ୍ ଙ୍କର ବଢିଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ଏଥର ୧୮ ଶହ କୋଟି ଡଲାର ବଢିଛି ।
ମୁକେଶ ପେଟ୍ରୋଲିୟରୁ ଟେଲିକମ କ୍ଷେତ୍ରରେ ବ୍ୟବସାୟ କରୁଥିବା ବେଳେ ଝୋଙ୍ଗ୍ ପାଣି ଓ କରୋନା ଟିକା କ୍ଷେତ୍ରରେ ନିବେଶ କରିଛନ୍ତି ।

Leave a Reply