କଂଗ୍ରେସ-ଡିଏମ୍କେ ମେଣ୍ଟ: ମାତ୍ର ୨୫ଟି ଆସନରେ ଲଢ଼ିବ କଂଗ୍ରେସ
1 min read
ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ BJP ଓ AIADMK ମଧ୍ୟରେ ଆସନ ବୁଝାମଣା ହୋଇସାରିଥିବାବେଳେ DMK ଓ କଂଗ୍ରେସ ମଧ୍ୟରେ ମଧ୍ୟ ସିଟ୍ ସେୟାର ନେଇ ଆଲୋଚନା ଶେଷ ହୋଇଛି । ୨୩୪ଟି ଆସନରୁ କଂଗ୍ରେସ ମାତ୍ର ୨୫ଟି ଆସନରେ ନିର୍ବାଚନ ଲଢିବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ତାମଲନାଡୁ କଂଗ୍ରେସ ମୁଖ୍ୟ କେ.ଏସ୍ ଆଲାଗିରି । ଏଥିସହ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଆସନ ବୁଝାମଣା ନେଇ DMK ଓ କଂଗ୍ରେସ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ ଏବେ କଂଗ୍ରେସ ୨୫ଟି ଆସନରେ ନିର୍ବାଚନ ଲଢିବ ବୋଲି ଜଣାପଡିଛି । ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ଏ ନେଇ ଜୋର ଧରିଛି ରାଜନୀତି । BJP ଓ AIADMK ମେଣ୍ଟକୁ ମାତ ଦେଇ ଏଥର DMK ଓ କଂଗ୍ରେସ ସରକାର ଗଢିବ ବୋଲି କଂଗ୍ରେସ ନେତାଏ କହିଛନ୍ତି ।