spot_img

Latest Posts

ପିଲାମାନେ ସଂକ୍ରମିତ ହେବା ପଛରେ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ପିଲାମାନେ କରୋନାରେ ସଂକ୍ରମିତ ହେବା ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ। ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର। ପିଲାକୁ ଥଣ୍ଡା, କାଶ କି ଜ୍ୱର ହୋଇଛି ବୋଲି ସେମାନେ ଡାକ୍ତରଙ୍କୁ ଜଣାଇବା ଦରକାର। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ। ପିଲାମାନେ ନେଇଥିବା ଟିକା କୋଭିଡ ଟିକା ନୁcହେଁ। ତେଣୁ ବାପା ମା’ ସାବଧାନ ରହିବାକୁ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

ସ୍କୁଲରେ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସର୍ଭେଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ୍ କଟକଣା ଢିଲା ହୋଇଥିଲେ ତାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯଦି କେଉଁ ପିଲାଠାରେ ଲକ୍ଷଣ ଦେଖାଦେଉଛି, ସେମାନେ ସ୍କୁଲକୁ ନଆସିବା ଉଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଆଇସିୟୁରେ ମାତ୍ର ୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ହସପିଟାଲାଇଜେସନ୍ ରେଟ୍‌ରୁ ଜଣା ପଡ଼ୁଛି ଅଧିକାଂଶ ପିଲାଙ୍କର ସାମାନ୍ୟ ଲକ୍ଷଣ ରହିଛି। ଆର୍ ଭାଲ୍ୟୁ ଭୁବନେଶ୍ୱର ଓ କଟକରେ ୧ ଅଛି। ମେଡିକାଲରେ ଆଡ଼ମିଶନ କମ୍, ଭେଣ୍ଟିଲେଟର ବ୍ୟବହାର କମ୍, ସିଭିଅରିଟି କମ୍ ଅଛି। ସମ୍ଭାବ୍ୟ ତୃତୀୟ ଲହର ପାଇଁ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତଥାପି ସମସ୍ତେ କଟକଣା ମାନିବା ଉଚିତ  ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

Latest Posts

Don't Miss