ମୋତେ ଭଲ ନପାଅ ପଛେ, ଥରେ ମୋ ଡେଥ୍ ବଡିକୁ ଦେଖି ଆସିବ…

1 min read

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ ପୂର୍ବର କିଛି ମୂହୂର୍ତ୍ତ  । କିଛି ସେକେଣ୍ଡ  । ବିକଳ ହୃଦୟର କେଇପଦ ବାର୍ତ୍ତା  । ପ୍ରେମିକାର ସ୍ମୃତି ଓ ବିରହର ଯନ୍ତ୍ରଣା ଭିତରେ ବିଦାରୀ ହେଉଥିବା ମୃତ୍ୟୁଗାମୀ ମନର ଅନ୍ତିମ କଥା  । ପ୍ରେମିକା ମେଲକୁ ଏଥିଲା ଆଜେକ୍ସଙ୍କ କିଛି ଶେଷ ଫଟୋ  । ଆଖିରୁ ଲୁହ ଝରୁଛି, ଆଉ ହୃଦୟରୁ ବିଫଳ ପ୍ରେମର ରକ୍ତ  ।  ଯେଉଁ ଫଟୋ ସୁଇସାଇଡର ଜଷ୍ଟ କିଛି ସେକେଣ୍ଡ ପୂର୍ବରୁ…  । ଯିଏ ମରିବା ପୂର୍ବରୁ ବି ପ୍ରେମିକାକୁ ସ୍ୱାନ୍ତନା ଦେଇ ଯାଉଛନ୍ତି  ।  ଆଉ କହୁଛନ୍ତି କିଛି ସମୟ ପରେ ମୁଁ ନଥିବି  । କିନ୍ତୁ ଥିବ ମୋର କେଇଟି ଫଟୋ  । କିଛି ସ୍ମୃତି  । ପ୍ଲିଜ ମୋ କଥା ରଖିବ । ମୋତେ ଭଲ ନପାଅ ପଛେ, ଥରେ ମୋ ଡେଥ୍ ବଡିକୁ ଦେଖି ଆସିବ  । ମୋତେ ଶେଷ ଥର ପାଇଁ ହକ୍ ଟିକେ କରିବ  । କାନ୍ଦିବନି…

ମୈଁ ହମାରା ପ୍ୟାର କେ ଲିୟେ ଜାନ୍ ଭି ଦେ ସକତା ହୁଁ  । ଦେଖୋ ଜାନ୍ ଦେ ଦିୟା  । ମେଲ୍ ଦେଖି ଭାବିବନି ଆଜେକ୍ସର ଭୂତ ତୁମକୁ ମେଲ କରିଛି । ସବୁ ଦିନ ପାଇଁ ଏ ଦୁନିଆ ଛାଡି ଯାଉଛି । ମୋ ସାଙ୍ଗରେ ତ ଏମିତି କେବେ ଦେଲନି  । ମୁଁ ପାଗଳ ପରି କାନ୍ଦୁଛି  । ଲାଷ୍ଟ ୱିକରୁ ମୁଁ ଡେଲି କାନ୍ଦୁଛି  । ନା ଭୋକ ଲାଗୁଛି, ନା ନିଦ ହେଉଛି  । ତୁମେ ତମ ପ୍ରେମରେ ଭଲରେ ଥିବ  ।  । ତମେ କହିଥିଲ ନା ତୁ ଭୂତ ହେଇଯା। ସତରେ ଭୂତ ହେଇଗଲି । ହଁ ମୁ ଲୁଜର ମୁଁ ମରି ଯାଉଛି  । ତମକୁ ସବୁ କିଛି ଭାବିଥିଲି ବହୁତ ଲଭ କଲି  । ଏବେ ମରି  ଯାଉଛି , ଖାସ୍ ତମ ପାଇଁ  । I Hope  ଏବେ ତମେ ବୁଝି ପାରିବ How Much I Love U…  ଏଥିଲା ପ୍ରେମିକାକୁ ଆଜେକ୍ସଙ୍କ ମେଲରେ ମେସେଜ  ।

ସେଦିନ ସଂଧ୍ୟାରେ ଅମା ଅନ୍ଧାକାର ଭୁବନେଶ୍ୱର  । କାଳ ଝଡର ମାଡ଼ରେ କଟିଯାଏ କରେଣ୍ଟ। ଆଉ କାଳ କୋଠରୀ ଭିତରେ ପ୍ରେମିକାକୁ ଏମିତି ଗୋଟେ ପରେ ଗୋଟେ ବିରହର ଶେଷ ମେସେଜ କରୁଥାନ୍ତି ଡିଜେ ଆଜେକ୍ସ  । ପ୍ରେମିକାର ଅଣଦେଖାକୁ ସହ୍ୟ କରିପାରୁନଥିଲେ ଆଜେକ୍ସ  । ନା ସହି ପାରୁଥିଲେ ଅନ୍ୟ ପୁଅ ସହ ବାନ୍ଧବୀଙ୍କ ନିବିଡତାକୁ  । ପ୍ରେମ ଅନ୍ଧ  । ସତରେ ଅନ୍ଧ । ସେଥିପାଇଁ ତ କେହି ଜଣେ କହିଛନ୍ତି.. Love Makes Or Breakes  । ପ୍ରେମ ଉଛୁଳା ନଦୀର ଉତୁଙ୍ଗ ଜୁଆର  ।   ପ୍ରେମ ଏକ ସୀମିତ ରାତିର ଅସରନ୍ତି ସ୍ୱପ୍ନ ପରି  । କେବେ ତୃଷ୍ଣା ମେଣ୍ଟଉ ମେଣ୍ଟଉ ମରୀଚିକା ପାଲଟିଯାଏ  । ତ, କେବେ ପୁଣି ନିଦାଘ ଖରାର ସ୍ନିଗ୍ଧ ମଳୟ ସାଜି, ଅଳୀକ ସୁଖରେ ଜୀବନ ବ୍ୟାପି ବିରହ ଲେଖିଯାଏ  । ଆଉ ଯେଉଁ ବିରହର ବହ୍ନିରେ ଝାସ ଦେଇଗଲେ ଅକ୍ଷୟ କୁମାର ମହାରଣା  ବା ଜିଡେ ଆଜେକ୍ସ  ।