ଡାକ୍ତରଖାନା ବୁଲିଲେ ଜିଲ୍ଲାପାଳ

1 min read

ଲୋକଙ୍କ ସେବା ପାଇଁ ପ୍ରଚେଷ୍ଟା ଜାରି  । ‘ମୋ ସରକାର’ କର୍ଯ୍ୟାକ୍ରମ ଅନୁଯାୟୀ ଏବେ ଆକ୍ସନ ମୋଡରେ ବିଭିନ୍ନ ଜିଲ୍ଲାପାଳ । ଯାଜପୁର ଜିଲ୍ଲାପାଳଙ୍କ ଅଚାନକ୍ ଗସ୍ତ । ଜିଲ୍ଲା ମୁଖ୍ୟା ଚିକିତ୍ସାଳୟକୁ ଅଚାନାକ ଗସ୍ତ କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାଶ । ଗତ ୧୩ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସମସ୍ତ ବିଭାଗକୁ ବୁଲି ଦେଖିଥିଲେ  । ଏଥିସହ ରୋଗୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିବା ରୋଷେଇ ଗୃହ ଅବସ୍ଥା ସଜାଡିବାକୁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଥିଲେ  । ସେହି ଅନୁସାରେ ଆଜି ଜିଲ୍ଲାପାଳ ମେଡ଼ିକାଲରେ ପହଞ୍ଚି ରୋଷେଇ ଘରର ପାରିପାର୍ଶ୍ୱିକ ଅବସ୍ଥା ଦେଇଖିବା ସହ ତୁରନ୍ତ ସବୁ ସମସ୍ୟାର ସମାଧାନ କରିବାକୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ')}

Leave a Reply