ଦିଲୀପ କୁମାରଙ୍କ ଦେହାନ୍ତରେ ସବୁଠି ଶୋକ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
2 min readନୂଆଦିଲ୍ଲୀ: ମହାନ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଛି । ହିନ୍ଦୀ ସିନେମାର ଏହି ଭେଟରାନଙ୍କୁ ହରାଇ ଭାଙ୍ଗି ପଡ଼ିଛି ବଲିଉଡ୍ । ଟ୍ରାଜେଡି କିଙ୍ଗଙ୍କ ଦେହାନ୍ତରେ ଅଭିନେତା, ନେତା ସମସ୍ତେ ସ୍ତବ୍ଧ । ଦିଲୀପଙ୍କ ପରଲୋକଙ୍କ ନିରବୀ ଯାଇଛି ସବୁକିଛି ।
Dilip Kumar Ji will be remembered as a cinematic legend. He was blessed with unparalleled brilliance, due to which audiences across generations were enthralled. His passing away is a loss to our cultural world. Condolences to his family, friends and innumerable admirers. RIP.
— Narendra Modi (@narendramodi) July 7, 2021
ଦିଲୀପ କୁମାରଙ୍କ ନିଧନ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲୀପଙ୍କ ପତ୍ନୀ ସାୟରା ବାନୋଙ୍କ ସହ ଫୋନରେ କଥା ହୋଇ ଆଶ୍ୱାସନା ଦେଇଛନ୍ତି । ଏଥିସହ ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଦୀଲିପ କୁମାରଙ୍କ ଦେହାନ୍ତ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ବଡ଼ କ୍ଷତି ।
Deeply saddened to hear about the passing away of legendary actor #DilipKumar. He was a doyen of Indian cinema and prolific entertainer. Cinema lovers will miss him for his invaluable contribution. My condolences to the bereaved family, fans and followers.
— Naveen Patnaik (@Naveen_Odisha) July 7, 2021
ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ନବୀନ ଲେଖିଛନ୍ତି, ଭାରତୀୟ ସିନେମାରେ ଜଣେ ଅଗ୍ରଣୀ ମନୋରଞ୍ଜନକାରୀ ଥିଲେ ଦିଲୀପ । ସିନେମା ପ୍ରେମୀ ତାଙ୍କୁ ସବୁଦିନ ତାଙ୍କ ଅମୂଲ୍ୟ ଯୋଗଦାନ ପାଇଁ ମନେ ରଖିବେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି ନବୀନ ।
T 3958 – An institution has gone .. whenever the history of Indian Cinema will be written , it shall always be 'before Dilip Kumar, and after Dilip Kumar' ..
My duas for peace of his soul and the strength to the family to bear this loss .. ???
Deeply saddened .. ?— Amitabh Bachchan (@SrBachchan) July 7, 2021
ବିଗ୍ ବି ଅମିତାଭ ବଚ୍ଚନ ଲେଖିଛନ୍ତି, ଏକ ସଂସ୍ଥା ଚାଲିଯାଇଛି । ଯେତେବେଳେ ଭାରତୀୟ ସିନେମାର ଇତିହାସ ଲେଖା ହେବ ତ ଏହା ପର ଓ ପୂର୍ବରେ ଦିଲୀପ କୁମାର ହିଁ ରହିବେ ।
ଏଥିସହ ପଢ଼ନ୍ତୁ: ଚାଲିଗଲେ ଦିଲୀପ କୁମାର, ୯୮ ବର୍ଷ ବୟସରେ ଦେହାନ୍ତ