ଡିଲିମିଟେସନ ବୈଠକ : ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ
1 min read
ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଦ୍ୱାରା ଆହୂତ ସୀମା ନିର୍ଦ୍ଧାରଣ ସମ୍ପର୍କିତ ମିଳିତ (Joint Action Committee) କାର୍ଯ୍ୟକାରୀ କମିଟି ବୈଠକରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା।
ଜନସଂଖ୍ୟା ନିୟନ୍ତ୍ରଣ ଭଳି ଏକ ଜାତୀୟ କାର୍ଯ୍ୟକ୍ରମକୁ ଓଡ଼ିଶା ସଫଳ ଭାବେ କାର୍ଯ୍ୟକାରୀ କରିଥିବାରୁ ଲୋକଙ୍କ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଜୁ ଜନତା ଦଳ ଓଡ଼ିଶାର ଲୋକଙ୍କ ସ୍ୱାର୍ଥର ସାମ୍ବିଧାନିକ ସୁରକ୍ଷା ଦେବା ପାଇଁ ପ୍ରୟାସ କରିବ। ଆମ ଦେଶର ସର୍ବୋଚ୍ଚ ପ୍ରତିନିଧି ସଭା (ଲୋକସଭା) ଆସନ ସଂଖ୍ୟା ନିର୍ଣ୍ଣୟ କରିବା ପାଇଁ ଜନସଂଖ୍ୟାକୁ ଏକମାତ୍ର ମାନଦଣ୍ଡ ହେବା ଉଚିତ୍ ନୁହେଁ। ଦ୍ୱିତୀୟତଃ, ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମସ୍ତ ଦଳ ସହିତ ଏକ ବିସ୍ତୃତ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଗଣତନ୍ତ୍ର ପାଇଁ ସୁଦୂରପ୍ରସାରୀ ପ୍ରଭାବ ପକାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ହେବା ସହ ଏକ ସମୃଦ୍ଧ ଭାରତବର୍ଷ ଗଠନର ଜାତୀୟ ଆବଶ୍ୟକତା ପୂରଣ ହେଇପାରିବ।
ଏହି ଜାତୀୟ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ କୁମାର ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଆମ ରାଜ୍ୟ ଓଡ଼ିଶା ଭାରତ ସରକାରଙ୍କର ଜନସଂଖ୍ୟା ନିୟନ୍ତ୍ରଣ ଭଳି ଏକ ଜାତୀୟ କାର୍ଯ୍ୟକ୍ରମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛି। ଜାତୀୟ ପ୍ରଗତିରେ ଓଡ଼ିଶାର ଯୋଗଦାନ ଅତୁଳନୀୟ। ଓଡ଼ିଶାର ଖଣିଜ ସମ୍ପଦ କେବଳ ରାଜ୍ୟ ନୁହେଁ ଭାରତ ବର୍ଷ ଅର୍ଥନୀତି କୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଆମର ଖଣିଜ ସମ୍ପଦ କୁ ନେଇ ଦେଶ ବିକଶିତ ହୋଇଛି।
ଓଡ଼ିଶାର ଚାଷୀ କୂଳର ଅଦ୍ୟମ ପରିଶ୍ରମ ଓ ପୂର୍ବତନ ନବୀନ ସରକାରଙ୍କ ସଫଳ କୃଷି ନିତି ଫଳରେ ଓଡ଼ିଶାର କୃଷକ, ଭାରତ ବର୍ଷର ଖାଦ୍ୟ ଭଣ୍ଡାର କୁ ତୃତୀୟ କୃଷି ଉତ୍ପାଦନକାରୀ ପ୍ରମୁଖ ରାଜ୍ୟ ଭାବେ ରେ ଭାରତ ବର୍ଷର ଅର୍ଥନୀତିକୁ ଓଡ଼ିଶାର ଚାଷୀ କୂଳର ଅବଦାନ ଅତୁଳନୀୟ । ପ୍ରଜାତନ୍ତ୍ର ରେ ଓଡ଼ିଶାର ପ୍ରତିନିଧିତ୍ଵ କେବଳ ଏକ ରାଜନୈତିକ ଆବଶ୍ୟକତା ନୁହେଁ ଏହା ଆମର ସାମ୍ବିଧାନିକ ଅଧିକାର। ଏହି ବୈଠକକୁ ରାଜ ନୈତିକ ଦୁଷ୍ଟି କୋଣରୁ ବିଚାର ନକରି ୨୦୨୬ ମସିହାରେ ହେବାକୁ ଯାଉଥିବା ଜନଗଣନା ରେ ଓଡ଼ିଶା ର ସାମ୍ବିଧାନିକ ଅଧିକାର ଅକ୍ଷୁର୍ଣ୍ଣ ରହିବା ପାଇଁ ଆମକୁ ପ୍ରତ୍ୟେକ ସ୍ତରରେ ସଂଗ୍ରାମ କରିବାକୁ ପଡିବ। ଏହି ଜାତୀୟ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜୁ ଜନତା ଦଳ ପକ୍ଷରୁ ମତ ବିନିମୟ କରିଛନ୍ତି।