କେହି ବି ପୁରୀରୁ ଭୋକିଲା ଫେରିବେନି, ବ୍ୟବସ୍ଥା କରିଛି କାଳିଆ ସାଆନ୍ତ

ପୁରୀ: ଭକ୍ତଙ୍କ ଗହଳିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ  । ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶୀ ପର୍ଯ୍ୟଟକ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚିଛନ୍ତି  ।

ପୁରୀର ଲୋକପ୍ରିୟ ଖାଦ୍ୟ କହିଲେ ମନକୁ ବାଡିଆ ଡାଲମା କଥା ଚାଲିଆସେ । ଆଉ ଏହି ରଥଯାତ୍ରା ଭିଡରେ ମହମହ ବାସିଲାଣି ବାଡିଆ ଡାଲମା । କାରଣ କେହି ବି ଭକ୍ତ ଯେମିତି ଭୋକିଲା ନ ରୁହନ୍ତି ସେଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ପୁରୀ ବାସିନ୍ଦା ଭକ୍ତଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି । 

ଭକ୍ତଙ୍କ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଇଛନ୍ତି ପୁରୀ ବାସୀ  । ପିିଇବା ପାଣି ସହ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ  । ଯେମିତି କେହି ବି ଭକ୍ତ ପୁରୀରୁ ଉପବାସରେ ନ ଫେରନ୍ତି ବିଭିନ୍ନ ସ୍ଥାନରେ ବସିଛି ହଣ୍ଡାହାଣ୍ଡି  । ହଣ୍ଡା ବସାଇ ରମନ୍ଧା ଖାଦ୍ୟ ପ୍ରସ୍ତୁତ କରୁିଛନ୍ତି ବିଭିନ୍ନ ସଙ୍ଗଠନ ଓ ପୁରୀ ବାସିନ୍ଦା  । ସକାଳର ଜଳଖିଆ ଠୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ସବୁକିଛି ସେମାନେ ପ୍ରସ୍ତୁତ କରୁଛନ୍ତି  । ଲକ୍ଷାଧିକ ଭକ୍ତଙ୍କ ସମାଗମଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଉଛି ଖାଦ୍ୟ  ।

ସେପଟେ ସୁରକ୍ଷା ଦୃଷ୍ଟିରୁ ପୁରୀରେ ମୁତୟନ ହୋଇଛନ୍ତି ୧୮୦ ପ୍ଲାଟୁନ ପୋଲିସ ଫୋର୍ସ  ।