ଆସନ୍ତା ବର୍ଷ ଠାରୁ ଆଉ IPL ଖେଳିବେନି ଧୋନି !

1 min read
Dhoni Will Not Play IPL From Next Year CSK

ଚେନ୍ନାଇ: ମାହି କାହିଁକି ଛାଡ଼ିଲେ ଅଧିନାୟକତ୍ୱ ? ଆଉ ଖେଳିବେନି କି ଆଇପିଏଲ୍ ? ଆଇପିଏଲ୍ ଆରମ୍ଭର ଠିକ୍ ଦିନକ ପୂର୍ବରୁ ମାହିଙ୍କ ମାଷ୍ଟର ଷ୍ଟ୍ରୋକ । ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଛନ୍ତି । ଆଇପିଏଲ୍ ଆରମ୍ଭ ପରଠାରୁ ୧୪ ବର୍ଷରେ ପ୍ରଥମ ଥର ପାଇଁ ଅଧିନାୟକ ପରିବର୍ତ୍ତନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଯାହାକୁ ନେଇ ଚକିତ ଧୋନି ଓ ଚେନ୍ନାଇ ସୁପର କିଙ୍ଗ୍ସର ସମର୍ଥକ । ଫ୍ୟାନଙ୍କ ମନରେ ପ୍ରଶ୍ନ ମାହି କାହିଁକି ନେଲେ ଏଭଳି ନିଷ୍ପତ୍ତି ?

Dhoni Wwill Not Play IPL From Next Year CSK

ଧୋନିଙ୍କ ଶେଷ IPL

ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଅଧିକାରୀଙ୍କ ଅନୁସାରେ, ଧୋନିଙ୍କ ଏହା ଶେଷ ଆଇପିଏଲ୍ ହେବ । ତେବେ ଧୋନିଙ୍କ ଏଭଳି ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷଙ୍କ କୌଣସି ଅସୁବିଧା ନାହିଁ । କେବଳ କର୍ତ୍ତୃପକ୍ଷ ଚାହାନ୍ତି ଧୋନି ଥିବାବେଳେ ହିଁ ଜଣଙ୍କୁ ଅଧିନାୟକ ବାଛନ୍ତୁ । ଆଉ ଧୋନି ରବୀନ୍ଦ୍ର ଜାଡ଼େଜାଙ୍କୁ ସିଏସକେର ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ଧୋନି ଜାଡ଼େଜାଙ୍କ ନାଁ ଅଧିନାୟକ ପଦ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ଉପରେ ସିଏସକେ କର୍ତ୍ତୃପକ୍ଷ ମୋହର ମାରିଛନ୍ତି ।

Dhoni Wwill Not Play IPL From Next Year CSK

ବିଗତ ୨ ବର୍ଷ ହେଲା ଜାଡ଼େଜାଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିମ୍ ଜାଡ଼େଜାଙ୍କୁ ରିଟେର୍ନ କରିବା ବେଳେ ଏ ସଂକେତ ମିଳିଥିଲା କି ଅଧିନାୟକ ବଦଳିବେ । ସିଏସକେ ଜାଡ଼େଜାଙ୍କୁ ୧୬ କୋଟି ଟଙ୍କାରେ ରିଟେର୍ନ କରିଥିବା ବେଳେ ଧୋନିଙ୍କୁ ୧୨ କୋଟି ଦେଇଥିଲା ।

ଆଇପିଏଲରେ ୟୁଥ୍ ଟ୍ରେଣ୍ଡ

ଚଳିତ ଆଇପିଏଲ୍ ସଂସ୍କରଣରେ ୧୦ଟି ଟିମ୍ ଖେଳୁଛନ୍ତି । କୌଣସି ବି ଦଳର ଅଧିନାୟକଙ୍କ ବୟସ ୩୭ ବର୍ଷ ବୟସରୁ ଅଧିକ ନୁହେଁ । ୧୦ଟି ଦଳ ମଧ୍ୟରୁ ୫ଟି ଟିମର ଅଧିନାୟକଙ୍କ ବୟସ ୩୦ ବର୍ଷରୁ କମ୍ । ୪ ଜଣଙ୍କ ବୟସ ୩୫ରୁ କମ୍ ହୋଇଥିବା ବେଳେ ଜଣଙ୍କ ବୟସ ୩୫ରୁ ଅଧିକ । ଏବେ ୩୩ ବର୍ଷୀୟ ଜାଡ଼େଜାଙ୍କୁ ସିଏସକେ ଅଧିନାୟକ ଦାୟିତ୍ୱ ଦେଇଛି । ଅର୍ଥାତ୍ ଯୁବ ଅଧିନାୟକ ଟ୍ରେଣ୍ଡକୁ ଗ୍ରହଣ କରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

Dhoni Wwill Not Play IPL From Next Year CSK

ଧୋନି ସିଏସକେ ଅଧିନାୟକତ୍ୱ ଛାଡ଼ିବା ପଛର ଆଉ ଏକ କାରଣ ହେଉଛି ପ୍ରଦର୍ଶନ । ଆଇପିଏଲର ୧୪ତମ ସଂସ୍କରଣରେ ଦଳଗତ ଭାବେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଯେତେବେଳେ କି ଦଳର ଅଧିନାୟକ ଭାବେ ଖରାପ ଥିଲା ମାହିଙ୍କ ପ୍ରଦର୍ଶନ । ୧୪ ବର୍ଷର ଆଇପିଏଲ୍ ଇତିହାସରେ ଧୋନିଙ୍କ ନେତୃତ୍ୱରେ ଦଳ ୯ଥର ଫାଇନାଲରେ ପହଞ୍ଚିଥିବା ବେଳେ ୪ ଥର ଚମ୍ପିଆନ୍ ହୋଇଛି । ୨୦୨୧ରେ ମଧ୍ୟ ଦଳ ଆଇପିଏଲ୍ ଟ୍ରଫି ହାତେଇଥିଲା । ତଥାପି ଗତ ୨ ବର୍ଷ ହେଲା ଧୋନିଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା । ୨୦୨୦ରେ ଧୋନି ୧୪ଟି ପାଳିରେ କେବଳ ୨୦୦ ରନ୍ ସ୍କୋର କରିଥିଲେ । ସେହିଭଳି ୨୦୨୧ରେ ୧୬ଟି ପାଳିରେ କରିଥିଲେ ୧୧୪ ରନ୍ ।

Dhoni Wwill Not Play IPL From Next Year CSK

ଖରାପ୍ ପ୍ରଦର୍ଶନ, ବଢ଼ୁଥିବା ବୟସକୁ ଦେଖିଲେ ଲାଗୁଛି ଚଳିତ ଆଇପିଏଲ୍ ସଂସ୍କରଣ ଧୋନିଙ୍କ ଶେଷ ଆଇପିଏଲ୍ ହେବ । ଧୋନି ଆଇପିଏଲ୍ ନ ଖେଳିଲେ ମଧ୍ୟ ଟିମ୍ ସହ ଜଡ଼ିତ ରହିବେ । ତେବେ ଭବିଷ୍ୟତରେ ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନି କଣ ଭୂମିକା ରହିବ, କେଉଁ ଦାୟିତ୍ୱରେ ରହିବେ ତାହା ଅସ୍ପଷ୍ଟ ରହିଛି । କାରଣ କ୍ୟାରିଅରକୁ ନେଇ ଅଚାନକ ଅନେକ ନିଷ୍ପତ୍ତି ନିଅନ୍ତି ମାହିଁ । ଏବେଠୁ କହିବା କଷ୍ଟ ଆଗକୁ କଣ କରିବେ ମହେନ୍ଦ୍ର ସିଂହ ଧୋନି ।