ନନ୍ଦିଘୋଷ ଟିଭିର ମହାପ୍ରଭାବ, ଖବର ପ୍ରସାରଣ ପରେ ବନ ବିଭାଗର ଚଢ଼ାଉ

ଢ଼େଙ୍କନାଳ: ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ବନ ବିଭାଗର ଚଢାଉ । ଢେଙ୍କନାଳ ରାଜପଥ କଡ଼ରେ ଥିବା ବିଭିନ୍ନ ଢାବାରେ ବେଆଇନ ଭାବେ କଇଁଛ ରଖାଯାଇଥିବା ନେଇ ହୋଇଥିଲା ଖବର ପ୍ରସରଣ । ଏହାର ମାତ୍ର କିଛି ଘଣ୍ଟା ନଯାଉଣୁ ଚେତିଛି ବନବିଭାଗ । ବନ୍ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇ ତୁରନ୍ତ ସେହି ଢ଼ାବା ଗୁଡ଼ିକରେ ଚଢାଉ କରା ଯାଇଛି । ହେଲେ ପୂର୍ବରୁ ଭିଜୁଆଲରେ ଥିବା ଢାବାଗୁଡିକରୁ କଇଁଛ ଗାୟବ ହୋଇଯାଇଛନ୍ତି । ଘଟଣାକୁ ନେଇ ପୁଣି ସନ୍ଦେହ ବଢିଛି ।  ଗୋଟିଏ ଦିନ ପୂର୍ବରୁ ନନ୍ଦିଘୋଷ ଟିଭି ହାତରେ ଲାଗିଥିବା କଇଁଛ ଖବର ପ୍ରସାରଣ ପରେ କୁଆଡେ ଗଲା ସବୁ ରଖା ଯାଇଥିବା କଇଁଛ ?  ବୁଦ୍ଧିଜୀବଙ୍କ ମହଲରେ ଏନେଇ ପ୍ରଶ୍ନ ଉଠିଥିବା ବେଳେ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି  । ତେବେ କଇଁଛ ସଉକ ନା ସଉଦା ପାଇଁ ଡାବା ଗୁଡିକରେ ରଖାଯାଇଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।