spot_img

Latest Posts

ଆଜିଠୁ ମିଳିବ ଇନ୍ଦ୍ରାବତୀର ବିଦ୍ୟୁତ୍, ଉପକୃତ ହେବେ ୩୦ ହଜାରରୁ ଅଧିକ ଉପଭୋକ୍ତା

କଳାହାଣ୍ଡି: ଆଜିଠୁ ଧର୍ମଗଡ ଉପଖଣ୍ଡର ବିଦ୍ୟୁତ୍ ଉପଭୋକ୍ତାକୁ ମିଳିବ ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତର ବିଦ୍ୟୁତ୍। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡେଙ୍ଗାଗୁଡାରୁ ବେହେରା 33kv ସବଷ୍ଟେସନ ଦେଇ ଧର୍ମଗଡକୁ ସଂଯୋଗ ହେବ ଇନ୍ଦ୍ରାବତୀର ବିଦ୍ୟୁତ୍ ।

ପୂର୍ବରୁ ବାନେରେ ଗ୍ରିଡରୁ କୋକସରା ଦେଇ ଡେଙ୍ଗାଗୁଡା ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଷଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ୍ ତ୍ରିପାଠୀ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଧର୍ମଗଡ ବିଧାୟକ ମୌଶଧି ବାଗ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହାର ଉଦଘାଟନ କରିବେ ।

ଏହା ଦ୍ୱାରା ଧର୍ମଗଡ ଉପଖଣ୍ଡର ଗୋଲାମୁଣ୍ଡା ଧର୍ମଗଡ଼ ସମେତ ବେହେରା ଅଞ୍ଚଳର ୫୪ଖଣ୍ଡ ଗାଁରେ ଲୋକ ଭୋଲଟେଜ ଓ ବିଦ୍ୟୁତ୍ ସମସ୍ୟା ଦୂର ହେବ। ୩୦ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ବିଦ୍ୟୁତ୍ ସେବା ପାଇବେ। ବିଭିନ୍ନ ସମୟରେ ଥିରୁବାଲିରୁ ଆସୁଥିବା ବିଦ୍ୟୁତରେ ସମସ୍ୟା ହେଲେ ଧର୍ମଗଡ ଉପଖଣ୍ଡ ଅନ୍ଧାରରେ ରହୁଥିଲେ ହେଲେ ଏହି ସମସ୍ୟା ଦୂର ହେବା ସହ ସିଧାସଳଖ ଇନ୍ଦ୍ରାବତୀରୁ ବିଦ୍ୟୁତ୍ ମିଳିବ। ଏହି ମହାନ ଅବଦାନ ପାଇଁ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

Latest Posts

Don't Miss