ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ
1 min read
ନନ୍ଦିଘୋଷ ବ୍ୟୁରୋ: ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ। କାମାକ୍ଷାନଗର ବାଉଁଶପାଳ ବାହାଡା ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କଦର୍ଯ୍ୟ ରାସ୍ତା ପାଇଁ ଲୋକେ ଯିବା ଆସିବାରେ ହନ୍ତସନ୍ତ ହେଉଥିଲେ। ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ସମସ୍ଯାର ସମାଧାନ ନହେବାରୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ l ବାହାଡା ଗାଁ ମୁଖ୍ୟ ରାସ୍ତା ବର୍ଷାଦିନେ କାଦୁଅ ରେ ଭର୍ତ୍ତି ହୋଇଥାଏ l ସେହି କାଦୁଅ ରାସ୍ତା ଦେଇ ପିଲା ସ୍କୁଲ , କଲେଜ ଯାଆନ୍ତି। ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଅଗ୍ନିଶମ ଗାଡି ପର୍ଯ୍ୟନ୍ତ ଗାଁ କୁ ପ୍ରବେଶ କରି ପାରେନାହିଁ l ତୁରନ୍ତ ରାସ୍ତା ମରାମତି କରିବାକୁ ଲୋକେ ଦାବି କରିଛନ୍ତି।