ସରିଲା ଭୋଟିଂ, EVMରେ ସିଲ୍ ହେଲା ଧାମନଗର ଭବିଷ୍ୟତ

ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ  । ଧାମନଗର ଆଗକୁ ନିଜର ନେତା ବାଛିବା ପକ୍ରିୟା ପୂର୍ଣ୍ଣ କରିଛି  । କାରଣ ସମାପ୍ତ ହୋଇଛି ଧାମନଗର ଉପନିର୍ବାଚନ  । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା 5ଟା ସୁଦ୍ଧା 58.53 ପ୍ରତିଶତ ଭୋଟିଂ ହୋଇଛି । ସୁରଖୁରରେ ଉପନିର୍ବାଚନ ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା  ।

ତେବେ ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ରହିଛନ୍ତି ସେମାନେ ଏବେବି ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିଯା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ  ।  2019 ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ 72 ଦଶମିକ 01 ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଅନ୍ୟପଟେ ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । ଧାମନଗରର ଆଇନ ଶୃଙ୍ଖଳା ପରିସ୍ଥିତି ନସୃଷ୍ଟି ନହେବା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା  । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ  । ମତଦାନକୁ ନେଇ କିଭଳି ସୂଚାରୁ ରୂପେ କାର୍ଯ୍ୟ କରାଯିବ ସେନେଇ ସ୍ଥିତି ତଦାରଖ କରିଥିଲେ  ।