ବିଜେପି କର୍ମୀଙ୍କ ଆକ୍ରମଣ, ପ୍ରତିକ୍ରିୟା ରଖିଲେ ଡିଜିପି ସୁନୀଲ ବଂଶଲ

1 min read

ଭୁବନେଶ୍ୱର: ପୋଲିସଙ୍କୁ ଉସୁକାଇବାକୁ ଯୋଜନା କରିଥିଲା ବିଜେପି । ପୋଲିସଙ୍କ ବିରୋଧରେ ଅଭିଯୋଗ ଆଣି ରାଜନୀତି କରିବାକୁ ପ୍ଲାନ କରିଥିଲେ ବିଜେପି କର୍ମୀ । ଏନେଇ ପୂର୍ବରୁ ମଧ୍ୟ ସୂଚନା ମିଳିଥିଲା । ମାତ୍ର ବିଜେପି କର୍ମୀଙ୍କୁ ସେପରି କୌଣସି ସୁଯୋଗ ଦେଇନଥିଲା ପୋଲିସ । ବିଜେପି କର୍ମୀଙ୍କ ଆକ୍ରମଣ ସତ୍ତ୍ବେ ସଞ୍ଜମତାର ସହିତ ସେମାନଙ୍କୁ ସାମ୍ନା କରିଥିଲା । ଅଟକାଇବାକୁ ଚେଷ୍ଟା କରିବାରୁ କ୍ଷୁବ୍ଧ ହୋଇ ପୋଲିସ ଉପର ବିଜେପି କର୍ମୀ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଡିଜିପି କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ବିରୋଧ କରିପାରିବେ । ମାତ୍ର ବିଜେପି ଆଇନକୁ ହାତକୁ ନେଇଥିଲା । ପୋଲିସ ଧୈର୍ଯ୍ୟର ସହିତ ସମସ୍ତଙ୍କୁ ଅଟକାଇବାବେଳେ କ୍ଷୁବ୍ଧ ହୋଇ ପୋଲିସ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ଯେଉଁଥିରେ ୨୧ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ 3 ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କ୍ୟାପିଟାଲ ହସପିଟାଲରେ ଗୁରୁତର ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଡିଜିପି । ପୋଲିସ କମିଶନର, ଭୁବନେଶ୍ବ ଏବଂ କଟକ ଡିସିପି ମଧ୍ୟ ଗୁରୁତର କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । ଚିକିତ୍ସା ସମ୍ପର୍କରେ ହସପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ।