ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି, ୩୧ରେ ଅବସର ନେବେ ଅଭୟ

ଭୁବନେଶ୍ୱର: ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି । ଡ଼ିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ  । ଅବସର ନେଇ ଅନୁମତି ଦେଇଛନ୍ତି ଓଡ଼ିଶା ସରକାର  ।  ଡ଼ିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡ଼ିଜିପି ଅଭୟ  । ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ  ଏକ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଯେଉଁଥିରେ ରାଜ୍ୟ ପୋଲିସ ମୁଖିଆ ଅଭୟଙ୍କ ଅବସର ନେଇ ଉଲ୍ଲେଖ ରହିଛି  । ଡିଜିପି ଅଭୟ ଜିସେମ୍ବର ୩୧ରେ ଅବସର ନେବା ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡ଼ିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ  ।

ଓଡ଼ିଶାରୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡ଼ିଶା ସରକାର  । ଡିଜିପି ଅଭୟ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମଗ୍ର ଦେଶରେ ପରିଚିତ  । ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡ଼ିଜି ଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି ଅଭୟ  ।

Leave a Reply