ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନ

1 min read

ଆଜି ହେଉଛି ଆଲୋକର ପର୍ବ ଦୀପାବଳି | ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପୟାଶ୍ରାଦ୍ଧ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି | ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ବହୁ ସଂଖ୍ୟାରେ ଭକ୍ତମାନେ ଏକାଠି ହୋଇ କାଉଁରିଆ କାଠି ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡିଆ ଡାକିଛନ୍ତି | ଏହାବ୍ୟତୀତ ଶ୍ରୀମନ୍ଦିର ବାଇଶି ପାହାଚରେ ବହୁ ଭକ୍ତ ପିଣ୍ଡଦାନ ତଥା ଶ୍ରାଦ୍ଧ ଦେଉଥିବା ଲକ୍ଷ୍ୟ କରାଯାଉଛି |

ଅଶ୍ୱିନ କୃଷ୍ଣ ପ୍ରତିପଦା ତିଥିଦିନ ପିତୃପକ୍ଷର ଲୋକମାନେ ଧରାପୃଷ୍ଠକୁ ଅବତରଣ କରିଥିବା ବିଶ୍ୱାସ ରହିଛି | ଏହି ସମୟରେ ମହାଳୟା ପଡୁଥିବାରୁ ପିତୃପୁରୁଷ ମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ |ତେବେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଆଜି ଦୀପାବଳି ଅମାବାସ୍ୟା ଦିନରେ ଶ୍ରାଦ୍ଧ ଦିଆଯାଇ ସ୍ୱର୍ଗଲୋକଗାମୀ କରାଯାଇଥାଏ | ମହାଳୟା ପରେ ଆଜି କେବଳ ଦିନଟିଏ ପାଇଁ ତୀର୍ଥକ୍ଷେତ୍ର ମାନଙ୍କରେ ଏହି ପୟାଶ୍ରାଦ୍ଧ ଦ୍ୱାରା ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି କାହିଁକେଉଁ କାଳରୁ ବିଶ୍ୱାସ ରହିଛି | ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି |

ଆଜିର ଦିନରେ ପୂର୍ବପୁରୁଷ ମାନଙ୍କ ବିଦାୟ ନିମନ୍ତେ ଆକାଶକୁ ଆଲୋକ ଦେଖାଇ ପୂଜାର୍ଚ୍ଚନା କରାଯାଇଥାଏ | ପୁରୀ ଏକ ଧାର୍ମିକ କ୍ଷେତ୍ର ହୋଇଥିବାରୁ ଏଠାରେ ବହୁସଂଖ୍ୟାରେ ଭକ୍ତମାନେ ଦୂରଦୂରାନ୍ତରୁ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ବଡବଡିଆ ଡାକିଥାନ୍ତି | ଏନେଇ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ବାଇଶି ପାହାଚ ପରିବର୍ତେ ଏମାର ମଠ ଚକଡା଼ରେ ସୌନ୍ଦର୍ଯ୍ୟ କରଣ ହୋଇଥିବା ସ୍ଥାନରେ ହେଉଛି ଶ୍ରାଦ୍ଧକାର୍ଯ୍ୟ ।

  ')}

Leave a Reply