ସାରା ଦେଶରେ କୁହୁଡ଼ିରାଜ, ଘନକୁହୁଡ଼ିର ଆସ୍ତରଣରେ ଜନଜୀବନ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ସାରାଦେଶରେ ଜାରି କୁହୁଡ଼ିରାଜ । ଅଧିକାଂଶ ରାଜ୍ୟରେ ଘନକୁହୁଡି଼ର ଆସ୍ତରଣ । ସମଗ୍ର ଉତ୍ତରଭାରତ ସମେତ ଅନ୍ୟାନ୍ୟ ରାଜ୍ୟରେ କୁହୁଡି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେହିପରି ଟ୍ରେନ ଓ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ହୀନସ୍ତା ହୋଇଛନ୍ତି । ତେବେ ଦିଲ୍ଲୀରେ ଗତକାଲି ତୁଳନାରେ ଆଜି ଭିଜିବିଲିଟି ଉନ୍ନତ ହୋଇଥିବା ସୂଚନା ମିଳିଛି ।

ସାରା ଉତ୍ତରଭାରତରେ ଶୀତର ରାଜୁତି ଜାରି ରହିଛି । ଦିଲ୍ଲା ପାଲାମ ବିମାନବନ୍ଦରରେ ଭିଜିବିଲିଟି ୧୫୦ ମିଟର ରହିଛି । ସେପଟେ ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ କୁହୁଡି ଯୋଗୁ ଜୀବନ ପ୍ରଭାବିତ ହୋଇଛି । ଗତ କିଛି ଦିନ ଧରି ସାରା ଉତ୍ତରଭାରତରେ ଏହି ପରିସ୍ଥିତି ଲାଗି ରହିଛି । ବିଭିନ୍ନ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ବିମାନର ଉଡାଣ ସମୟ ପରିବର୍ତ୍ତନ ନେଇ ସୂଚନା ଜାରି କରାଯାଇଛି ।