spot_img

Latest Posts

ରାଜ୍ୟରେ ନାହିଁ ଶୀତ, ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ ସୂଚନା

ଭୁବନେଶ୍ବର: ଶୀତରେ ବ୍ରେକ ଦେଇଛି ବର୍ଷା । ଡିସେମ୍ବର ମାସ ୯ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର ସିଷ୍ଟମ ପାଇଁ ଏ ବର୍ଷ ହାଡଭଙ୍ଗା ଜାଡ ଛାଡନ୍ତୁ ସାମାନ୍ୟ ଶୀତ ବି ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ସ୍ବାଭାବିକ ତୁଳନାରେ ୨ ରୁ ୩ ଡିଗ୍ରୀ ଉପରେ ରହୁଛି ପାରଦ । ଫଳରେ ଶୀତ ଦିନରେ ବି ଫ୍ୟାନ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି ଲୋକେ।

ସେପଟେ ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇଦିନ ପରେ ସର୍ବାଧିକ ତାପମାତ୍ରାରେ ହ୍ରାସ ଘଟିବ । ବିଶେଷ କରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । କିନ୍ତୁ ଶୀତ ବେଶି ହେବ ନାହିଁ । ଏହାସହ ଆସନ୍ତା ୨୪ ଘଂଟାରେ ନୟାଗଡ ଜଗତସିଂହପୁର, କେନ୍ଦ୍ରାପଡା ,ଭଦ୍ରକ,ପୁରୀ,ଗଂଜାମ, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ବାୟୁମଣ୍ଡ ରେ ଜଳୀୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ରେ ସାମାନ୍ୟ ରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Latest Posts

Don't Miss