ଡେଲିଭରି ବୟକୁ ଅପହରଣ, ମିଳିଲା ଚପଲ ଓ ବ୍ୟାଗ

ଭୁବନେଶ୍ୱର: ଧଉଳିରେ ଡେଲିଭରି ବୟକୁ ଅପହରଣ ଅଭିଯୋଗ । ବିଳମ୍ବିତ ରାତିରେ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଛି । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍, ଗଞ୍ଜି ଓ ଏକ ଛୁରି ମିଳିଥିବା ସୂଚନା ମିଳିଛି ।
ଅପହରଣର କାରଣ ଅସ୍ପଷ୍ଟ ରହିଥିବା ଧଉଳି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କୁ କିଛି ନିଶାସକ୍ତ ଯୁବକ ଅପହରଣ କରି ନେଇଛନ୍ତି । ପତିତପାବନଙ୍କ ମୋବାଇଲ୍ ମଧ୍ୟ ସ୍ୱିଚ୍ ଅଫ୍ ରହିଛି ।