’ଛାବା’ ଫିଲ୍ମ ଦେଖିବା ପରେ ଦିଲ୍ଲୀରେ ବବାଲ୍: ଆକବର ଓ ହୁମାୟୁନ ରୋଡ଼ରେ ଥିବା ସାଇନ ବୋର୍ଡ ଉପରେ କାଳି ଲଗାଇ ଶିବାଜୀଙ୍କ ପୋଷ୍ଟର ଲଗାଇଲେ କିଛି ଯୁବକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦି ଫିଲ୍ମ ’ଛାବା’ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଥିବା ବେଳେ ଏହା ମଧ୍ୟରେ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଖବର । ଫିଲ୍ମକୁ ଦେଖିବା ପରେ ଦିଲ୍ଲୀରେ ବବାଲ ସୃଷ୍ଟି ହୋଇଛି । ଦିଲ୍ଲୀର ଆକବର ରୋଡ଼ ଓ ହୁମାୟୁନ ରୋଡ଼ଆରେ ଥିବା ସାଇନ ବୋର୍ଡମାନଙ୍କରେ ଉପଦ୍ରବକାରୀମାନେ କାଳି ଲଗାଇ ଦେଇଛନ୍ତି । ତା’ ବଦଳରେ ଉକ୍ତ ସାଇନ ବୋର୍ଡରେ ସେମାନେ ଛତ୍ରପତି ଶିବାଜୀଙ୍କ ପୋଷ୍ଟର ଲଗାଇ ଦେଇଥିଲେ । ପୋଲିସ ସୂତ୍ରରୁ ଏହି ସୂଚନା ମିଳିଥିବା ଏକ ରିପୋର୍ଟରେ କୁହାଯାଇଛି ।
ଏନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ’ଛାବା’ ଫିଲ୍ମ ଦେଖିବା ପରେ ଲୋକମାନେ ସାଇନ ବୋର୍ଡରେ କାଳି ସ୍ପ୍ରେ କରିଥିଲେ ଓ ତା’ ଉପରେ ମହାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀଙ୍କ ଫଟୋ ପେଷ୍ଟ କରିଥିଲେ । ଆକବର, ବାବର ଓ ହୁମାୟୁନଙ୍କ ନାମକୁ ସଡ଼କରୁ ହଟାଇବାକୁ ଦାବି କରିବା ସହ ସେମାନେ ଆମ ପାଇଁ କଳଙ୍କ ବୋଲି କହିଥିଲେ । ଏହି ମୋଗଲ ଶାସକମାନେ ଛତ୍ରପତି ଶିବାଜୀଙ୍କ ସହିତ ବହୁତ ଭୁଲ କରିଥିଲେ ବୋଲି ମଧ୍ୟ କହିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ ଓ ବିକୃତ ବୋର୍ଡଗୁଡ଼ିକୁ ପରିଷ୍କାର କରିଥିଲେ ବୋଲି କୁହାଯାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫିଟେଜକୁ ଅନୁଧ୍ୟାନ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଛି ।