ଆଗାମୀ ନିର୍ଦ୍ଦେଶ ଯାଏଁ ଦିଲ୍ଲୀରେ ସବୁ ସ୍କୁଲ୍ ବନ୍ଦ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ମଧ୍ୟ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଦିଲ୍ଲୀରେ ସବୁ ଘରୋଇ ଓ ସରକାରୀ ସ୍କୁଲ୍ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, କୋଭିଡ ମାମଲା ବୃଦ୍ଧି ହେତୁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ (ସରକାରୀ ତଥା ବେସରକାରୀ) ଗୁଡିକରେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ କ୍ଲାସ୍ ବନ୍ଦ ରହିବ।

ଏହାପୂର୍ବରୁ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟ ଗୁଡ଼ିକରେ ଫିଜିକାଲି ଉପସ୍ଥିତ ହୋଇ କୗେଣସି କ୍ଲାସ ହେବ ନାହିଁ। ନୂତନ ଅଧିବେଶନ ଭର୍ଚୁଆଲ୍ ମୋଡରେ ପରିଚାଳିତ ହେବ। ଦିଲ୍ଲୀରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ କେବଳ ପ୍ରାକ୍ଟିକାଲ୍ କ୍ଲାସ କରିବେ ଏବଂ ମଧ୍ୟମ ଅବଧି, ପ୍ରି-ବୋର୍ଡ, ବାର୍ଷିକ ଏବଂ ବୋର୍ଡ ପରୀକ୍ଷାରେ ଦେଖାଯିବା ପାଇଁ ବିଦ୍ୟାଳୟରେ ଡକାଯିବ |

ଦିଲ୍ଲୀର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀ ମାନଙ୍କୁ କେବଳ ଏକାଡେମିକ୍ ମାର୍ଗଦର୍ଶିକା ଦେବା ପାଇଁ ଡକାଯାଇପାରିବ । ଯାହା ଦ୍ୱାରା ସେମାନେ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ନିଜ ପିତାମାତାଙ୍କ ଠାରୁ ଏକ ଅନୁମତି ଆଣିବାକୁ ପଡ଼ିବ।

 

Leave a Reply