ଦିଲ୍ଲୀରୁ ଟଳୁନି ଅକ୍ସିଜେନ ସଙ୍କଟ, ହାଇକୋର୍ଟରେ ନର୍ସିଂହୋମର ଅଭିଯୋଗ

1 min read

ନୂଆଦିଲ୍ଲୀ:  ଅକ୍ସିଜେନର ସଙ୍କଟ ଆଖିରେ ଲୁହ ଆଣିଦେଇଛି। ଅଦୃଶ୍ୟ ମହାମାରୀ ଅସହ୍ୟ କରିଛି । ଆଖି ଆଗରେ ପରିଜନଙ୍କ ମୃତ୍ୟୁକୁ କିଏ ବା ସହିନେବ । କିଏ ବା ଏଭଳି ଅସହାୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିବ । କାଳରୂପୀ କୋଭିଡର କଠୋର ଭୂତାଣୁ ଆଗରେ ହାର ମାନିଛି ସବୁକିଛି । ସୂକ୍ଷ୍ମ ଭୁତାଣୁ ଯେ ସାଙ୍ଘାତିକ ରୂପ ଧାରଣ କରିବ । ପୁଣି ନିଶ୍ବାସ ନେଉଥିବା ମଣିଷଟାକୁ ଅଣନିଶ୍ବାସୀ କରିପକାଇବ । ଏହା ତ କଳ୍ପନା ବାହାରେ । ଦେଶର ଧଡକନ ଏବେ ବଞ୍ଚିବାର ଆଶା ନେଇ ଧାଁ ଧାପଡ କରୁଛି । ତଥାପି ପାରୁନି । କେଉଁଠି ବେଡର ସଟେଜ ତ ପୁଣି କେଉଁଠି ଅକ୍ସିଜେନର ସଙ୍କଟ । ହାତ ଯୋଡି ନିଶ୍ବାସ ମାଗୁଥିବା ହସ୍ପିଟାଲ ଥକି ପଡିଲାଣି । ଆଉ କେତେ ଗୁହାରୀ ଜଣାଇବ । ଆଉ କେତେ ରୋଗୀ ମୃତ୍ୟୁର ବଦନାମକୁ ଗ୍ରହଣ କରିବ ।

ରାଜଧାନୀ ଦିଲ୍ଲୀର ଅନେକ ମେଡିକାଲ ବିପର୍ଯ୍ୟସ୍ଥ ଅକ୍ସିଜେନ ସେବା । ଅନ୍ୟା ରାଜ୍ୟରୁ ଆସୁଥିବା ଅମ୍ଲଜାନ ଆବଶ୍ୟକତା ମେଣ୍ଟାଉନଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ଲାଜପାତ ନଗରରେ ଥିବା IBS ହସ୍ପିଟାଲରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର । ଅକ୍ଜିଜେନ ସପୋର୍ଟରେ ମେଡିକାଲରେ ୩୭ ପେସେଣ୍ଟ ରହିଥିବାବେଳେ ଦିଲ୍ଲୀ ସରକାର କେବଳ ୧୦ଟି ସିଲିଣ୍ଡର ଯୋଗାଇଦେଇଛନ୍ତି । ଅବଶିଷ୍ଟ ଆକ୍ରାନ୍ତ କିଭଳି ଅକ୍ସିଜେନ ପାଇବେ ବୋଲି ଚିନ୍ତା ପ୍ରକଟ କରିଛି ଉକ୍ତ ମେଡିକାଲ ।

ସେପଟେ ସଙ୍କଟ ଭିତରେ ସନ୍ତୁଳି ହେଉଥିବା ଦିଲ୍ଲୀ ସ୍ବାସ୍ଥ୍ୟବସ୍ଥାକୁ ନେଇ ପୁଣି ଆସିଛି ଅଭିଯୋଗ । ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ନର୍ସିଂହୋମ । ଗୋଟେପଟେ ମେଡିକାଲରେ ଅକ୍ସିଜେନ ବ୍ୟବସ୍ଥାରେ ସୁଧାର ଆସିନଥିବାବେଳେ ଅନ୍ୟପଟେ ନର୍ସିହୋମ ଗୁଡିକ ମଧ୍ୟ ସମାନ ଅଭିଯୋଗ ସରକାର ଉପରେ ଲଗାଇଛନ୍ତି । ଦିଲ୍ଲୀ ସରକାର କେବଳ ମେଡିକାଲରେ ହେଉଥିବା ଅକ୍ସିଜେନ ସଙ୍କଟକୁ ଦୃଷ୍ଟିଗୋଚର କରୁଛନ୍ତି, ନର୍ସିହୋମ ଅବସ୍ଥାକୁ ନେଇ ଅବଗତ ନାହାଁନ୍ତି । ରାଜ୍ୟରେ ଥିବା ସମସ୍ତ ନର୍ସିଂହୋମରେ ମୋଟ ୮ ହଜାର ବେଡ ରହିଛି । ଏଠାରେ ମଧ୍ୟ ହଜାର ହଜାର ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେଣୁ ନର୍ସିହୋମରେ ଥିବା ଅବ୍ୟବସ୍ଥା, ଅକ୍ସିଜେନ ଅଭାବକୁ ରାଜ୍ୟ ସରକାର ପୂରଣ କରନ୍ତୁ ବୋଲି ଚେତାବନୀ ଦେଇଛି ନର୍ସିଂହୋମ ସଙ୍ଘ ।

Leave a Reply