ବାହୁଡ଼ା ଦେଖିବେ ଦିଲ୍ଲୀବାସୀ, ତୀର୍ଥଯାତ୍ରା ଯୋଜନାରେ ଆସିବେ ବରିଷ୍ଠ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନୀତି ଆପଣାଇଲେ ଦିଲ୍ଲୀ ସରକାର । ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଲାଗି ବଢାଇଲେ ସହାୟତାର ହାତ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବା ଲାଗି ବରିଷ୍ଠ ନାଗରିକଙ୍କୁ ପୁରୀ ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାରଙ୍କ ମାଗଣା ତୀର୍ଥଯାତ୍ରା ଯୋଜନା ଅନୁସାରେ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ପୁରୀ ଆସିବା ଲାଗି ସୁଯୋଗ ମିଳିବ ।

ପୂର୍ବରୁ ଓଡିଶା ସରକାର ବରିଷ୍ଠ ନାଗରିକଙ୍କ ଲାଗି ମାଗଣା ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାରେ ରାଜ୍ୟରେ ଶହ ଶହ ବୟସ୍କ ଦେଶର ବହୁ ତୀର୍ଥସ୍ଥଳ ପରିଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ । ଆର୍ଥିକ ଦୁଃସ୍ଥିତି ଓ ଅନ୍ୟାନ୍ୟ କାରଣରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ସୁଯୋଗରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ । ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନାରେ ଆସନ୍ତା ଜୁଲାଇ ୧୧ ଓ ଜୁଲାଇ ୨୮ରେ ଦୁଇଟି ଟ୍ରେନ ଦିଲ୍ଲୀରୁ ପୁରୀ ଆସିବ ।