ବଢୁଛି ଯମୁନାର ଜଳସ୍ତର । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆସିପାରେ ବଡ଼ ବିପର୍ଯ୍ୟୟ!

ନନ୍ଦିଘୋଷ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ଉପରେ ବନ୍ୟାର ବିପଦ ଦ୍ରୁତ ଗତିରେ ମାଡ଼ି ଆସୁଛି। ଯମୁନା ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। ଯାହାଫଳରେ ଦିଲ୍ଲୀବାସୀଙ୍କୁ ଦିଆଯାଇଚି ବନ୍ୟା ସତର୍କତା । ଜଳସ୍ତର ବୃଦ୍ଧି ପାଊଥିବାରୁ ଏକ ବଡ଼ ବିପଦ ଆସିବାର ଅନୁମାନ କରାଯାଇ ରାଜଧାନୀ ବସୀଙ୍କୁ କରାଯାଇଛି ସତର୍କ ।  ତେବେ ଆଗାମୀ ୭୨ ଘଣ୍ଟା ବିପଦ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳେ ହାଥିନିକୁଣ୍ଡ ବ୍ୟାରେଜରୁ ୨୯,୩୧୩ କ୍ୟୁସେକ ପାଣି ଛଡ଼ାଯିବା ପରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଅଧିକାରୀମାନଙ୍କୁ କଡ଼ା ନଜର ରଖିବାକୁ ଏବଂ ତଳିଆ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ବନ୍ୟା ସତର୍ମତା କୁ ନେଇ ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ସରକାର ବନ୍ୟା  ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସେ ଆଶ୍ୱାସନା ଦେଇଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ପ୍ରତି ଘଣ୍ଟାରେ ନୂଆ ନୂଆ ରିପୋର୍ଟ ଗ୍ରହଣ କରାଯାଉଛି। ହାଥିନିକୁଣ୍ଡ ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଆଗାମୀ ୭୨ ଘଣ୍ଟା ରାଜଧାନୀ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହୋଇପାରେ। ସେ ସ୍ପଷ୍ଟ କରିଛନ୍ତି ଯେ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଏବଂ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ସତର୍କ କରାଇ ଦେଇଛି ଯେ, ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଯମୁନାର ଜଳସ୍ତର ୨୦୬ ମିଟର ଅତିକ୍ରମ କରିପାରେ। ସମସ୍ତ ସେକ୍ଟର ଅଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳରେ ପୂର୍ଣ୍ଣ ସତର୍କତା ବଜାୟ ରଖିବାକୁ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହାଥିନିକୁଣ୍ଡରୁ ଛଡ଼ାଯାଇଥିବା ପାଣି ଦିଲ୍ଲୀରେ ପହଞ୍ଚିଲା :

ବିଶେଷଜ୍ଞଙ୍କ ମତରେ ହାଥିନିକୁଣ୍ଡ ବ୍ୟାରେଜରୁ ଛଡ଼ାଯାଇଥିବା ପାଣି ସାଧାରଣତଃ ୪୮ ରୁ ୫୦ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପହଞ୍ଚିଥାଏ। ଆଜି ସକାଳ ୯ଟାରେ ବ୍ୟାରେଜରୁ ୩.୨୯ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଇଥିଲା, ଯେତେବେଳେ ୱାଜିରାବାଦ ବ୍ୟାରେଜରୁ ମଧ୍ୟ ପ୍ରାୟ ୩୮,୯୦୦ କ୍ୟୁସେକ ପାଣି ଛଡ଼ାଯାଇଥିଲା। ଏହି କାରଣରୁ ରାଜଧାନୀ ପାଇଁ ଆଗାମୀ ଦୁଇ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ କିଛି ବିପଦର ସାମ୍ନା ମଧ୍ୟ କରିବାକୁ ପଡ଼ିପାରେ ।

 ଲୋକଙ୍କୁ ନିବେଦନ: ସତର୍କ ରୁହନ୍ତୁ, ଗୁଜବରୁ ଦୂରେଇ ରୁହନ୍ତୁ :

ଗୁଜବରୁ ଦୂରେଇ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସରକାର। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି। ନଦୀବନ୍ଧରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ଏବଂ ପମ୍ପିଂ ଷ୍ଟେସନଗୁଡ଼ିକ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି।