spot_img

Latest Posts

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ । ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ପୋଷ୍ଟ କରିବା ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏଭଳି ଭିଡିଓ ପୋଷ୍ଟ କରି କେଜ୍ରିଓ୍ୱାଲଙ୍କ ଭାବମୂର୍ତ୍ତିକୁ କ୍ଷତି ପଞ୍ଚାଇବାକୁ ଚେଷ୍ଟା କରାଯାଇଛି ।

ଚଳିତ ବର୍ଷ ଜାନୁଆରୀ ମାସରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ନେଇ ଦିଲ୍ଲୀ ପୋଲିସଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ ।

ଏହି ମାମଲାରେ ସମ୍ୱିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦିଲ୍ଲୀ ପୋଲିସ ନିକଟରେ ଦାବି କରିଥିଲେ । ଏହି ବିବାଦୀୟ ଭିଡିଓକୁ ସମ୍ୱିତ ପାତ୍ର ୩୦ ଜାନୁଆରୀରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏହି ଭିଡିଓରେ ଏକ ସାକ୍ଷାତକାରର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅରବିନ୍ଦ କେଜ୍ରିଓ୍ୱାଲ ବିବାଦୀୟ କୃଷି ଆଇନର ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଏହି ବିବାଦୀୟ ୩ କୃଷି ବିଲକୁ କ୍ରାନ୍ତିକାରୀ ବୋଲି କହିଥିଲେ । ଏହାର ଦୃଢ଼ ଜବାବ ରଖିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ । ଏହି ଭିଡିଓକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ କରିଛନ୍ତି । ଏବେ ଯାଏଁ ବିଜେପି ଠାରୁ ଆଦେଶ ନେଉଥିଲେ, ଏବେ ସେମାନେ ଦେଇଥିବା ନକଲି ଭିଡିଓକୁ ଚଲାଉଛନ୍ତି । ଏହା ବିଜେପି ଓ କଂଗ୍ରେସର ମିଛ ଭିଡିଓର ସତ ।

Latest Posts

Don't Miss