ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କୁ ଆଉ ଦଳରେ ରଖିବନିି ଦିଲ୍ଲୀ କ୍ୟାପିଟାଲ୍ସ

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ଗ୍ରୁପ୍ ଷ୍ଟେଜରୁ ପରାଜୟ ପରେ ଏବେ ଦ୍ବିପାକ୍ଷିକ ସିରିଜରେ ବ୍ୟସ୍ତ ଅଛି ଟିମ୍ ଇଣ୍ଡିଆ । ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ସମୟରେ ଏହା ପରେ ସାଉଥ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ ଭାରତ । ତେବେ ଏସବୁ ଭିତିରେ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । ୨୦୨୨ ମସିହାରେ ହେବାକୁ ଥିବା ଆଇପିଏଲ ପୂର୍ବରୁ ମେଗା ନିଲାମୀ ହେବାକୁ ଯାଉଛି । ମେଗା ଅକ୍ସନ ପୂର୍ବରୁ ଏକ ବଡ଼ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନ୍ନର ରବିଚନ୍ଦ୍ରନ ଅଶ୍ବିନୀ ।

ଅଶ୍ବିନୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରବି ଚନ୍ଦ୍ରନ ଅଶ୍ବିନୀ କହିଛନ୍ତି କି ମୋତେ ଲାଗୁନାହିଁ କି ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଆଗାମୀ ସିଜିନ୍ ପାଇଁ ଦଳରେ ରଖିବେ । ଅଶ୍ବିନୀ କହିଛନ୍ତି କି ଯଦି ମୋତେ ଦଳରେ ରଖିଥାନ୍ତେ ତେବେ ଏହା ଜଣା ପଡ଼ିଥାନ୍ତା । ତେବେ କେବଳ ଏହା ନୁହେଁ ରବିଚନ୍ଦ୍ରନ ଅଶ୍ବିନୀ ଏହା ମଧ୍ୟ ସଙ୍କେତ ଦେଇଛନ୍ତି କି ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟାସ ଆୟରଙ୍କୁ ବି ଦଳରେ ରଖିନପାରେ । ଆୟରଙ୍କୁ ଦିଲ୍ଲୀ ଦଳରେ ରଖିବ ନାହିଁ ଏହା ଆଗରୁ ଜଣା ପଡ଼ୁଥିଲା କାହିଁକି ନା ଆୟାର ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବାକୁ ଚାହୁଁଥିଲେ  । ୨୦୨୧ ଆଇପିଏଲ ପୂର୍ବରୁ ହିଁ ଆହାତ ହୋଇଥିଲେ ଶ୍ରେୟାସ ଆୟର । ଯାହା ଫଳରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଅଧିନାୟକ ପଦ ମିଳିଥିଲା । କିନ୍ତୁ ଏହା ପରେ ଯେତେବେଳେ ଆୟର ଫିଟ୍‌ ହୋଇ ଟିମକୁ ଫେରିଥିଲେ ସେତେବେଳେ ତାଙ୍କୁ ଆଉ ଅଧିନାୟକତ୍ବ ମିଳିନଥିଲା । ତେବେ ସୂଚନା ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଅଧିନାୟକ ଋଷଭ ପନ୍ତଓ ଓପନର ପୃଥ୍ବୀ ଶ’ଙ୍କୁ ଆଗାମୀ ସିଜିନ ପାଇଁ ଦଳରେ ରଖିପାରନ୍ତି ।

Leave a Reply