ଅଣ ନିଶ୍ୱାସୀ ଦିଲ୍ଲୀବାସୀ; ଆଜି ବି ଏୟାର କ୍ୱାଲିଟି ୩୬୦
1 min read
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରକୁ ଚାଲି ଯାଇଛି । ବାୟୁ ପ୍ରଦୂଷଣରେ ଅଣ ନିଶ୍ବାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ସ୍ଥିତି ଏମିତି ହୋଇଛି କି ଦିଲ୍ଲୀ ବାୟୁ ଧୂମ୍ରପାନ କରୁଥିବା ବାୟୁଠାରୁ ମଧ୍ୟ ଆହୁରି ଭୟଙ୍କର । ଦୀପାବଳି ପରଠାରୁ ସ୍ଥିତି ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ ହେବାରେ ଲାଗିଛି । ଦୀପାବଳିରେ ବାଣ ଫୁଟାଇବା ପାଇଁ କଟକଣା ଲଗାଇଥିଲେ ଦିଲ୍ଲୀ ସରକାର । କିନ୍ତୁ ଏହି ନିୟମକୁ ଅଣଦେଖା କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଫଳରେ ଦିଲ୍ଲୀରେ AQI ଅତ୍ୟନ୍ତ ଖରାପ ସ୍ତରକୁ ଚାଲି ଯାଇଛି । ଯଦି ଆଜି କଥା କହିବା ତାହାଲେ ଆଜି ବି ରାଷ୍ଟ୍ରୀୟ ରାଜଧାନୀର ବାୟୂ ଗୁଣାବତ୍ତା ଅତି ଖରାପ ଥିବା ରେକର୍ଡ ହୋଇଛି । ଆଜି ସକାଳୁ ଦିଲ୍ଲୀର ଏୟାର କ୍ବାଲିଟି ୩୬୦ ରେକର୍ଡ ହୋଇଛି । ତେବେ ପବନର ବେଗ ସାମାନ୍ୟ ବଢ଼ିଥିବାରୁ ପ୍ରଦୂଷଣ ମାତ୍ରା ଗତ ଦୁଇ ଦିନ ତୁଳନାରେ ସାମାନ୍ୟ କମ୍ ହୋଇଛି । ସେପଟେ ପ୍ରଦୂଷଣ ଯୋଗୁ ଆଜି ବି ଯମୁନା ନଦୀରେ ଫୋମ୍ ଭାସୁଥିବା ଦେଖାଯାଇଛି ।
ସିଷ୍ଟମ ଅଫ ଏୟାର କ୍ୱାଲିଟି ଆଣ୍ଡ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ ଅନୁଯାୟୀ ଆଜି ଦିଲ୍ଲୀରେ ଏୟାର କ୍ୱାଲିଟି ୩୬୦ରେ ଅପରିବର୍ତ୍ତିତ ରହିଛି । ତେବେ AQI ପୂର୍ବାନୁମାନ ଏଜେନ୍ସି କହିଛି କି ଆଗାମୀ ଦୁଇ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀ ଓ ଦିଲ୍ଲୀର ପଡୋଶୀ ସହରଗୁଡିକରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ହେବାର ସମ୍ଭାବନା ରହିଛି । ତେବେ ଗତକାଲି ଅର୍ଥାତ ବୁଧବାର ବାୟୁର ଗୁଣବତ୍ତା ଗତ ଦୁଇ ଦିନ ତୁଳନାରେ କମ୍ ରହିଥିଲା ।
ସୂଚନାଯୋଗ୍ୟ, ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନ୍ୟରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ବୋଲି ବିବେଚନା କରାଯାଏ । ତେବେ ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୬୦ ରେକର୍ଡ କରାଯାଇଛି ।