spot_img

Latest Posts

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି, ଲାଗିଲା GRAP-୩ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ସାଂଘାତିକ ରୂପ ନେଲାଣି ପ୍ରଦୂଷଣ। ନିଶ୍ବାସ ନେବା ମୁସ୍କିଲ ହୋଇପଡିଛି। ଜାତୀୟ ରାଜଧାନୀରେ ଆଜିଠାରୁ ଲାଗିଲା GRAP-୩ କଟକଣା। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ GRAP ସ୍ତରର ୩ ନମ୍ବର କଟକଣା ଜାରି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ଥିତିରେ ରହିଛି। ଆନନ୍ଦବିହାରରେ ସବୁଠାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ସେହିପରି ଦ୍ଵାରକା, ଆରକେ ପୁରମ, ମୁଣ୍ଡକା, ଚାନ୍ଦନୀ ଚୌକରେ ମଧ୍ୟ ଅଧିକ ପ୍ରଦୂଷଣ ରହିଛି। ଗ୍ରେଡ-୩ କଟକଣା ମଧ୍ୟରେ ଦିଲ୍ଲୀରେ ବିଏସ-୩ ଓ ବିଏସ-୪ ଡିଜେଲ ଚାରି ଟକିଆ ଗାଡି ଚଳାଚଳ ଉପରେ କଟକଣା ରହିବ। ଦିଲ୍ଲୀରେ ହାଲୁକା ବ୍ୟବସାୟିକ ଯାନ, ଡିଜେଲ ଟ୍ରକର ପ୍ରବେଶ ଉପରେ କଟକଣା ରହିଛି। ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଉଚ୍ଛେଦ କାର୍ଯ୍ୟ ମଧ୍ୟ ବନ୍ଦ ରହିବ। ହୋଟେଲ, ରେସ୍ତୋରାଁରେ ତନ୍ଦୁର ଚୁଲିରେ କୋଇଲା ଏବଂ କାଠ ଜାଳିବା ଉପରେ କଟକଣା ରହିଛି। କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଡିଜେଲ ଜେନେରେଟରର ବ୍ୟବହାର ହୋଇପାରିବ। ଶିଳ୍ପରେ ଅଣସ୍ଵୀକୃତି ଇନ୍ଧନର ବ୍ୟବହାରରେ କଟକଣା ଲାଗିଛି। ଧୂଳିକୁ କମ କରିବାକୁ ରାସ୍ତାରେ ପାଣି ସିଂଚନ ଉପରେ ଗୁରୁତ୍ଵ ଦିଆଯିବ। ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ କେବଳ ଅନଲାଇନ୍ କ୍ଲାସ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ଦିଲ୍ଲୀ ଆଖପାଖ ରାଜ୍ୟରେ ନଡ଼ା ଜାଳିବା କାରଣକୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି।

ତେବେ ପୂର୍ବ ବର୍ଷ ତୁଳନାରେ ଏବର୍ଷ କମ ନଡ଼଼ା ଜାଳିବା ଘଟଣା ସାମନାକୁ ଆସିଛି। ଏହାସହ ଦୀପାବଳି ପରେ ହୋଇଥିବା ଆତସବାସୀ ଏବଂ ଗାଡିରୁ ବାହାରୁଥିବା ଧୂଆଁରୁ ମଧ୍ୟ ପ୍ରଦୂଷଣମାତ୍ରା ବୃଦ୍ଧିପାଇବାର ମୁଖ୍ୟ କାରଣ।

Latest Posts

Don't Miss