ଥାନାରେ ହାଜର ହେଲେ ଦୀପିକାଙ୍କ ଶାଶୂ, ଶ୍ବଶୁର

ବ୍ରହ୍ମପୁର: ଶାଶୂଘର ଆଗରେ ଧାରଣା ଦେଇଥିବା ଦୀପିକାଙ୍କ ଧାରଣାସ୍ଥଳର ପାଲ ଚିରି ଦେବା ଘଟଣାରେ ଥାନାରେ ହାଜର ହେଲେ ଶାଶୂ ଏବଂ ଶ୍ବଶୁର । ଦୀପିକାଙ୍କ ଅଭିଯୋଗ ପରେ ବ୍ରହ୍ମପୁର ବଡ଼ବଜାର ଥାନାରେ ହାରଜ ହୋଇଛନ୍ତି ଦିନେଶଙ୍କ ବାପାମାଆ ।

ଗତକାଲି ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଦିନେଶଙ୍କ ପରିବାର ଓ ଧାରଣାରତ ଦୀପିକାଙ୍କ ପରିବାର ହୋଇଥିଲେ ହୋଇଥିଲା ହାତାହାତି । ମାସେ ପରେ ଘରକୁ ଫେରିଥିଲେ ଦିନେଶଙ୍କ ପରିବାର । ଘରକୁ ଯିବା ସମୟରେ ଦୀପିକାଙ୍କ ଟେଣ୍ଟ ଭାଙ୍ଗିଥିଲେ ଶାଶୂଘର ଲୋକ । ଦିନେଶଙ୍କ ବାପା, ମାଆ, ଜେଜେବାପା ଘର ଭିତରେ ଥିବାବେଳେ ଘର ଭିତରକୁ ଜେଜେମାଆଙ୍କୁ ଛାଡି ନଥିଲେ ଦୀପିକା । ସମାଧାନ ନହେବା ଯାଏଁ କାହାକୁ ବାହାରକୁ କିମ୍ବା ଭିତରକୁ ଛାଡ଼ିବେ ନାହିଁ ବୋଲି ସେ ଜିଦ୍ ଧରିଥିଲେ । ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା ।