ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୦୬, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୬ ହଜାରରୁ ଅଧିକ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କାରଣରୁ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ସଂଧ୍ୟା ୭ ସୁଧା ମୃତ୍ୟୁ ସଂଖ୍ୟା ୨୦୬ ଥିଲା । ମୃତକଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଜଣେ ଡାକ୍ତର ଅଛନ୍ତି । ଇନ୍ଦୋରରେ ଜଣେ ଡାକ୍ତରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଗୁରୁବାର ଦିନ ଜଣେ ଇନ୍ଦୋରରେ ଆଉ ଜଣେ ଡାକ୍ତର କରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇଥିଲେ । ଇନ୍ଦୋରରେ ଏପର୍ଯ୍ୟନ୍ତ ମୋଟ ୨୭ଜଣ ପ୍ରାଣ ହରାଇ ସାରିଲେଣି । ଚଣ୍ଡିଗଡ,ହରିଆନା ଓ ଆସାମରେ ଏହା ପୂର୍ବରୁ ତିନି ଜଣ ପ୍ରାଣ ହରାଇଥିଲେ ।  ଗୁରୁବାର ଦିନ ସମଗ୍ର ଦେଶରେ ମୋଟ ୨୪ ଜଣ ପ୍ରାଣ ହରାଇଥିଲେ ।

ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍‌ଆର ରିପୋର୍ଟ

ଅନ୍ୟପକ୍ଷରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୧୬ ହଜାରରୁ ଅଧିକ କରୋନ ସଂକ୍ରଣ ସ୍କ୍ରିନିଂ ହୋଇଛି । ଏହି ୧୬ ହଜାର ଟେଷ୍ଟରୁ ମାତ୍ର ୨ ପ୍ରତିଶତ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଆଗକୁ  ଟେଷ୍ଟ ସଂଖ୍ୟା ଅଧିକ କରାଯିବ ।

ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !

ଇଣ୍ଡିଆନ୍ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ଅନୁସାରେ ବର୍ତ୍ତମାନଠାରୁ ଟେଷ୍ଟିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଆଗକୁ ରେଡ୍ ଜୋନ୍ ଏରିଆରେ ରହୁଥିବା ସମସ୍ତଙ୍କର ଟେଷ୍ଟ୍ ହେବ । ତେଣିକି ସେମାନଙ୍କଠାରେ ଲକ୍ଷଣ ଥାଉ କି ନାହିଁ ।

Leave a Reply