ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !

1 min read

ଭାରତ କରୋନା ବିରୋଧରେ ଆରପାର୍ ଲଢେଇ ଘୋଷଣା କରିଛି । ୨୧ ଦିନ ଲକଡାଉନ୍ ଅବଧି ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଏହା ଭିତରେ ବିହାରରୁ ଏମିତି ଗୋଟିଏ ଖବର ଆସିଛି ଯାହା ବିହାର ପୋଲିସ ସହ କେନ୍ଦ୍ରିୟ ସୁରକ୍ଷା ଏଜେନ୍ସୀଙ୍କ ନିଦ ହଜାଇ ଦେଇଛି । ପଡୋଷୀ ଦେଶ ନେପାଳର ଜଣେ ବ୍ୟକ୍ତି ଭାରତରେ ମହାମାରୀ କରୋନାର ମାରକ ସଂକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଜଣା ପଡିଛି ।

ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାପାଳ ସେଠାରେ ମୁତୟନ ଥିବା ଏସଏସବି ଠାରୁ ମିଳିଥିବା ସୂଚନା ଆଧାରରେ ଏସପିଙ୍କୁ ଚିଠି ଲେଖିଛନ୍ତି । ନେପାଳରେ ରହୁଥିବା ଜାଲିମ୍ ମୁଖିଆ ନାମକ ବ୍ୟକ୍ତି ଭାରତରେ କୋଭିଡ୍-୧୯ ମହାମାରୀ ସଂକ୍ରମଣ ବିସ୍ତାର ପାଇଁ ଯୋଜନା ବନାଉଥିବା ଜିଲ୍ଲାପାଳ ତାଙ୍କ ଚିଠିରେ  କହିଛନ୍ତି ।

ଜାଲିମ୍ ମୁଖିଆ ଭାରତ ଓ ନେପାଳ ମଧ୍ୟରେ ଚାଲିଥିବା ଅସ୍ତ୍ରଶସ୍ତ୍ର ଚୋରାକାରବାରରେ ମଧ୍ୟ ସାମିଲ ଅଛି । ଜାଲିମ ୪୦ରୁ ୫୦ କରୋନା ସନ୍ଦିଗ୍ଧଙ୍କୁ ଭାରତ ଭିତରକୁ ଛାଡିଥିବା କୁହାଯାଉଛି ।

ଜିଲ୍ଲାପାଳ ପୋଲିସ ଅଧିକ୍ଷକଙ୍କୁ ନେପାଳ-ଭାରତ ସୀମାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଛନ୍ତି । ସେଠାରେ କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ କୁହାଯାଇଛି ।

ସୂଚନା ଅନୁସାରେ ଜାଲିମ ମୁଖିଆ ନେପାଳର ପାର୍ଷଦ ଜିଲ୍ଲା ସ୍ଥିତ ସେରଖା ଥାନା ଅଧିନରେ ଆସୁଥିବା ଜଗନ୍ନାଥପୁର ଗାଁର ବାସିନ୍ଦା । ଜିଲ୍ଲାପାଳ ପୋଲିସକୁ ସୂଚିତ କରିବା ପରେ ଭାରତ ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି

Leave a Reply