କଚାଡ଼ି କଚାଡ଼ି ମାରିଦେଲା ଦନ୍ତା

1 min read

ଢ଼େଙ୍କାନାଳ: ପୁଣି ହାତି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଖଟୁଆହତା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

ମୃତକ ତୁମୁସିଙ୍ଗା ଥାନା ଗୋଦରବିଲି ଗ୍ରାମର ହୃଦାନନ୍ଦ ମଲ୍ଲିକ । ସୂଚନା ଅନୁଯାୟୀ, ହୃଦାନନ୍ଦ ଭୋର ୫ ଟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ସହ ମୁହାଁ ମୁହିଁ ହୋଇଥିଲା । ଫଳରେ ଦନ୍ତା ହାତୀଟି  ହୃଦାନନ୍ଦଙ୍କୁ କଚାଡି କଚାଡି ମାରିଥିଲା ।

ତେବେ ହୃଦାନନ୍ଦ ଶାଳୁଆ ଛକ ସ୍ଥିତ ତାରିଣୀ ଢ଼ାବାରେ ଜଣେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ପହଞ୍ଚି ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ଏକ ଚେକ ପ୍ରଧାନ କରିଛନ୍ତି । ')}

Leave a Reply