spot_img

Latest Posts

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଡ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ପୂର୍ବରୁ ଥିଲା ୩୮ ପ୍ରତିଶତ, ଏବେ ହେଲା ୪୨ ପ୍ରତିଶତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର୍) ବୃଦ୍ଧିକୁ ମଞ୍ଜୁର କରାଯାଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଜାନୁଆରୀ ପହିଲା ୨୦୨୩ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର୍ ଦର ୩୮ ପ୍ରତିଶତ ରହିଛି ।

ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାରେ ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କ ରୋଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ । ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ । ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶକୁ ଆଧାର କରି ଗ୍ରହଣ କରାଯାଇଥିଲା ସୂତ୍ର ଅନୁଯାୟୀ ଡିଏ ଡିଆର୍ ବୃଦ୍ଧି କରାଯାଇଛି ।

Latest Posts

Don't Miss