କାନ୍ଦୁଛି ଗଙ୍ଗା ଭାସୁଛି ଶବ, ୟୁପି ନୁହେଁ ଏବେ କୋଲକାତାରେ..

କୋଲକାତା:  ଗଙ୍ଗାରେ ଭାସିଲା ପୁଣି ଶବ । ବିହାର ଓ ଉତ୍ତର ପ୍ରଦେଶ ପରେ କୋଲକାତାରେ ସମାନ ସ୍ଥିତି । ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଗଙ୍ଗା ନଦୀରେ ଭାସୁଥିବା ଦେଖିବାକୁ ମିଳିଛି । ମାଲ୍‌ଦା ଜିଲ୍ଲାସ୍ଥିତ ମାଣିକ ଛକ ନିକଟରେ ଗଙ୍ଗାରେ କିଛି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତ ୫ ଦିନ ହେବ ଗଙ୍ଗାରେ ଏଭଳି ମୃତଦେହ ଭାସୁଛି ବୋଲି ଡଙ୍ଗା ଚାଳକ କହିଛନ୍ତି ।

ଫଳରେ କରୋନା ସଂକ୍ରମଣ ବ୍ୟାପିବା ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଶବ ସତ୍କାର ହୋଇଛି । ମାଲଦା ଏସପିଙ୍କ କହିବା କଥା ପଶ୍ଚିମବଙ୍ଗରେ ଶବ ସତ୍କାର ଠିକ୍‌ ଭାବେ କରାଯାଉଛି । ଏହି ଶବ ଗୁଡିକ ପଡୋଶୀ ରାଜ୍ୟରୁ ବୋହି ଆସିଛି । ଏଥିସହ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ମାଲଦା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ରାଜ୍ୟରୁ ବୋହି ଆସୁଥିବା ଶବକୁ ସମ୍ମାନର ସହ ସତ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply