ଟିକାକରଣକୁ ନେଇ ସରକାରଙ୍କ ନିଷ୍ପତ୍ତି: ପିଲାଙ୍କୁ Corvevax ଏବଂ Covaxin ଦେବାକୁ ଅନୁମତି
1 min readନୂଆଦିଲ୍ଲୀ: ଦେଶରେ କରୋନାର ବଢ଼ୁଥିବା ମାମଲାକୁ ନେଇ ଦୃଷ୍ଟିରେ ରଖି କେତେକ ସହରରେ ପୁଣିଥରେ ପ୍ରତିବନ୍ଧକ ଲଗାଯାଇଛି । ଏବେ ସରକାର ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ଦେବାପାଇଁ ସରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି । ସୂଚନାଯୋଗ୍ୟ, ୫ରୁ ୧୨ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଏବଂ ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ଏଥିପାଇଁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନମୁଖ ମାଣ୍ଡବୀୟ ଏହି ସୂଚନା ଟ୍ୱିଟରରେ ଦେଇଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତିଯେ, କରୋନା ଯୁଦ୍ଧକୁ ସୁଦୃଢ଼ କରି ଏହିଭଳି ନିଷ୍ପତ୍ତି ନିଆଯାଇଛି । ଏହି ବର୍ଗର ବୟସ ପାଇଁ ଦୁଇଟି ଟିକା ଚୟନ କରାଯାଇଛି । ଏହା ସହିତ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ Zycov-Dର ଦ୍ୱିତୀୟ ଡୋଜ୍ ଟିକାକୁ ଅନୁମତି ମିଳିଛି ।
भारत की कोविड से लड़ाई अब और अधिक मज़बूत @CDSCO_INDIA_INF ने
>6 से <12 आयुवर्ग के लिए ‘Covaxin’
>5 से <12 आयुवर्ग के लिए ‘Corbevax’
12 से ऊपर के आयुवर्ग के लिए ‘ZyCoV-D’ की 2 डोज को
‘Restricted Use in Emergency Situations’ की मंज़ूरी दी है।
— Dr Mansukh Mandaviya (@mansukhmandviya) April 26, 2022
ଅବଶ୍ୟ ଏହି ଟିକାକରଣ କେବେ ଆରମ୍ଭ ହେବ ତାହାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ କୁହାଯାଉଛିଯେ, ଖୁବଶୀଘ୍ର ଏହି ବାବଦରେ ସୂଚନା ଆସିବ । ତେବେ ଖୁବଶୀଘ୍ର ପିଲାଙ୍କ ଟିକାକରଣକୁ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଥିଲା । ଏବେ ଡିସିଜିଆଇ ଏହି ବୟସର ପିଲାଙ୍କୁ ଟିକା ଦେବାକୁ ଅନୁମତି ଦେଇ ସାରିଛି ।
ଅନ୍ୟପଟେ ଦେଶର କେତେକ ପ୍ରାନ୍ତରେ କରୋନା ବଢ଼ିବାରେ ଲାଗିଛି । ବିଶେଷକରି ଦିଲ୍ଲୀ, ହରିୟାଣା, ୟୁପିକୁ ନେଇ ସତର୍କ କରାଇଛନ୍ତି ସରକାର ।