ଯୌତୁକ ପାଇଁ ବୋହୂକୁ ବିଷ ପିଆଇଲେ ଶାଶୁଘର ଲୋକ

ନନ୍ଦିଘୋଷ ବ୍ୟୁରୋ: ଯୌତୁକ ପାଇଁ ଶାଶୁଘର ଲୋକ ବୋହୂକୁ ବିଷ ପିଆଇ ଦେଇଥିବା  ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଣ୍ଡାରିପାଳ ଗାଁରେ । ଏହି ଗାଁର ସୁଦର୍ଶନ ବିନ୍ଧାଣୀ କୋଳିଅଳମ ଗାଁର  ସୀତା ନାଏକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛିଦିନ ପରେ ଯୌତୁକ ପାଇଁ ଶାଶୁଘର ଲୋକ ସୀତାଙ୍କୁ ନିର୍ଯ୍ୟାତନ ଦେଇଆସୁଥିଲେ । ଗତକାଲି ଶାଶୁ ଏବଂ ଜେଜେମା ଶାଶୁ ମିଶି ସୀତାଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି । ଖବରପାଇ ସୀତାଙ୍କ ବାପଘର ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ସୀତାଙ୍କ ମାଆ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।