ଯୁକ୍ତ ଦୁଇ ପରୀକ୍ଷା ଲାଗି ୬ରୁ ଫର୍ମ ପୂରଣ ଆରମ୍ଭ

1 min read

ଭୁବନେଶ୍ୱର: ୨୦୨୧ ମସିହା ଯୁକ୍ତ ଦୁଇ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫର୍ମ-ପୂରଣ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନେ ୬ ଫେବୃଆରୀରୁ ୧୨ ଫେବୃଆରୀ ମଧ୍ୟରେ ଫର୍ମ ଫିଲଅପ କରିପାରିବେ। ସେହିପରି ରେଗୁଲାର ଓ କରେସପଣ୍ଡେସ୍ କୋର୍ସ ଲାଗି ଛାତ୍ରଛାତ୍ରୀ ମାନେ ଫେବୃଆରୀ ୧୨ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଫିଲଅପ କରିପାରିବେ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଫର୍ମ ପୂରଣ ଦେୟ ୫୨୦ ଟଙ୍କା ରଖା ଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଦିନ ଏହି ସୂଚନା ଦିଆଯାଇଛି।

କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ ଏବଂ କଲେଜ । ଏହାରି ଭିତରେ ଅନଲାଇନ ଶିକ୍ଷାଦାନ ଏବଂ ଦୂରଦର୍ଶନରେ ମଧ୍ୟ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ପରେ ବର୍ଷ ୨୦୨୧ ଆରମ୍ଭରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢା ଆରମ୍ଭ କରାଯାଇଥିଲା ।

Leave a Reply