ଜିଲ୍ଲା ପ୍ରଶାସନଙ୍କୁ ଘେରିଲେ ଦଶରଥପୁର ବ୍ଳକର ଜନ ପ୍ରତିନିଧି

ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲା ପ୍ରଶାସନଙ୍କୁ ଘେରିଲେ ଦଶରଥପୁର ବ୍ଳକର ଜନ ପ୍ରତିନିଧି । ଯାଜପୁର ଦଶରଥପୁର ବ୍ଲକ ଜେଇ ପିଥ ହାଁସଦାଙ୍କୁ ବ୍ଲକ ପରିସରରେ ପଶି ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଘଟଣାକୁ ନିନ୍ଦା କରି ପ୍ରତିବାଦ ଜଣାଇଛନ୍ତି ଜନ ପ୍ରତିନିଧି । ଏହା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଗତ ୧୮ ତାରିଖରେ ପୁଲିସ ଆକ୍ରମଣକାରୀ ବିଜେପି ଜୋନ ସଭାପତି ପତିତପାବନ ମହାନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଥିବା ବେଳେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ପୁଲିସର ଏଭଳି ନିଷ୍କ୍ରିୟତାକୁ ପ୍ରତିବାଦ କରାଯାଇଛି । ଏଥିସହ ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ବର୍ଷାରେ ଧାନ ପଡି ରହିଥିବା ବେଳେ ଧାନ ଉଠୁନାହିଁ । ଏଥିସହ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହୋଇ ରହିଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଦୋଷୀଙ୍କୁ ଗିରଫ କରାଯିବା ସହ ସମସ୍ତ ସମସ୍ୟାର ସମାଧାନ କରା ନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦିଆଯାଇଛି।