କଟକ ମହାନଗର ନିଗମର ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ: ସିଏମସିର ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ । କଟକ ମହାନଗର ନିଗମର ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝୀ । ଦମୟନ୍ତୀଙ୍କ ବିରୋଧରେ କେହି ନିର୍ବାଚନ ମଇଦାନରେ ନଥିବା ହେତୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବସ୍ତିରେ ରହୁଥିବା ଦମୟନ୍ତୀ ପଛୁଆବର୍ଗର ଅଟନ୍ତି । ଡେପୁଟି ମେୟର ଭାବରେ ନିର୍ବାଚିତ ହେବା ପରେ ଦମୟନ୍ତୀ କହିଛନ୍ତି କି ସେ କେବେ ସ୍ୱପ୍ନରେ ବି ଏହି ପଦବୀ ପାଇବେ ବୋଲି ଭାବିନଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ସମ୍ଭବ ହେଲା । ତାଙ୍କ ବିଶ୍ୱାସ ଭରଷା ଜିତିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଦମୟନ୍ତୀ ମାଝୀ । ମେୟରଙ୍କ ମାର୍ଗଦର୍ଶନରେ ସିଏମସିର ପ୍ରତ୍ୟେକ ୱାର୍ଡର ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ସେପେଟ ଆଜି କଟକ ମହାନଗର ନିଗମର ସମସ୍ତ ୫୯ ଜଣ ନବନିର୍ବାଚିତ କର୍ପୋରେଟର ଓ ନିର୍ବାଚିତ ମେୟର ସୁବାସ ସିଂ ଆଜି ଶପଥ ନେଇଛନ୍ତି । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂ । ଶପଥ ନେବା ସହ ବଜିଠାରୁ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି ସୁବାସ । ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଡାଇରେକ୍ଟର ସଂଗ୍ରାମ ଜେନା କର୍ପୋରେଟର ଓ ମେୟରଙ୍କୁ ଶପଥ ପାଠ କରାଇଥିଲେ।