‘ଅତି ଭୟଙ୍କର ରୂପ ନେଉଛି ବାତ୍ଯା ଦାନା’

ଭୁବନେଶ୍ବର :  ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ‘ଦାନା’ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ଯାରେ ପରିଣତ ହେବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ । ପୁରୀ ଲାଗି ବିପଦସଙ୍କେତ ନମ୍ବର ୧୦  ଓ ଗୋପାଳପୁର ଲାଗି ବିପଦସଙ୍କେତ ୮ ଜାରି ହୋଇଛି । ଅତି ଭୟଙ୍କର ରୂପ ନେଉଛି ବାତ୍ଯା ଦାନା । ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିବ ଲ୍ଯାଣ୍ଡଫଲ ପ୍ରକ୍ରିୟା । କାଲି ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ହେବ ଲ୍ଯାଣ୍ଡଫଲ । ସ୍ବାଭାବିକଠାରୁ ଦୁଇ ମିଟର ଅଧିକ ଉଚ୍ଚରେ ଆସିବ ଜୁଆର । କୂଳ ଲଂଘିବ ସମୁଦ୍ର । ସମୁଦ୍ରରେ ପବନର ବେଗ ରହିଛି ୬୫ରୁ ୭୦ କିମି । ଆଜିଠାରୁ ବର୍ଷା ଆରମ୍ଭ ହୋଇଛି । ଉପକୂଳ ଛୁଇଁବାରେ ଲାଗିଛି ବାଦଲ । କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା । ଆଜି କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ଉପକୂଳ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ରହିବ । ଆସନ୍ତାକାଲି ଠାରୁ ବର୍ଷାର ବିସ୍ତୃତି ବଢ଼ିବ । କଟକ, ଯାଜପୁର, ଭଦ୍ରକ, ବାଲେଶ୍ବରରେ କିଛି ସ୍ଥାନରେ ବର୍ଷା । ୨୫ ତାରିଖ ଲାଗି କିଛି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।