spot_img

Latest Posts

ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି, ଅଶାନ୍ତ ହେଉଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା `ଦାନା’। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ହେଉଛି ଅଶାନ୍ତ। ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି। ଆସନ୍ତା କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ। ପାରାଦୀପ ରାଡାରକୁ ଆସିଛି ବାତ୍ୟାର ଚିତ୍ର। ବାତ୍ୟାର ବାହ୍ୟ ବଳୟର ବାଦଲ ରାଡାରରେ ପ୍ରବେଶ କରିଛି। ବଙ୍ଗୋପ ସାଗରରେ ସୃଷ୍ଟି ଗଭୀର ଅବପାତ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ପୂର୍ବରେ ୫୬୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିଲୋମିଟର ଓ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପୂର୍ବରେ  ୬୩୦ କିଲୋମିଟର ଦୂରରେ ରହିଛି। ଦୂରରେ ଏହା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଆସନ୍ତା ୧୨ ଘଣ୍ଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ଉତ୍ତର ଓଡ଼ିଶା ଓ ପଶ୍ଚମବଙ୍ଗ ଉପକୂଳ ଦେଇ ଗତି କରିବ। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ଏହା ପୁରୀ ଓ ସାଗର ଦ୍ବୀପ ମଧ୍ଯରେ ଗତି କରିବ। ପବନର  ବେଗ ରହିବ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର। ସର୍ବାଧିକ ବେଗ ହୋଇପାରେ ୧୨୦ କିଲୋମିଟର।

Latest Posts

Don't Miss