ଆଜି ପୁଡୁଚେରୀରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଫେଙ୍ଗଲ

1 min read

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟା ଫେଙ୍ଗଲରେ ପରିଣତ ହୋଇଛି l ଆଜି ତାମିଲନାଡୁ ନିକଟ ପୁଡୁଚେରୀରେ ଲ୍ୟାଣ୍ଡଫଲ୍ କରିପାରେ ‘ଫେଙ୍ଗଲ’। ସମୁଦ୍ର ମଧ୍ୟରେ ବାତ୍ୟା ‘ଫେଙ୍ଗଲର ଗତି ତୀବ୍ର ହେବାରେ ଲାଗିଛି । ତାମିଲନାଡୁ ଜିଲ୍ଲା ଏବଂ ପୁଡୁଚେରୀ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ବାତ୍ୟା ପ୍ରଭାବରେ ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ଆଲର୍ଟରେ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ବାତ୍ୟା ‘ଫେଙ୍ଗଲର ପ୍ରଥମେ ତାମିଲନାଡୁ ଏବଂ ପୁଡୁଚେରୀ ଆଡକୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ । ବାତ୍ୟା ‘ଫେଙ୍ଗଲ’ ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡ଼ିବ ନାହିଁ । ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଡିସେମ୍ବର ୧ରୁ ୨ ତାରିଖ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।