ଫୋକସରେ ଉତ୍ତର ଓଡ଼ିଶା, ୧୨ଟି ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ସୂଚନା

1 min read

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏବେ ଅବପାତ ପାରାଦୀପ ଠାରୁ ୧୦୬୦ କିମି ଦୂରରେ ଅଛି । ଘଣ୍ଟା ପ୍ରତି ୨୦ କିମି ବେଗରେ ସମୁଦ୍ର ଭିତରେ ଗତି କରୁଛି । ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୧୭ ତାରିଖରେ ରିକର୍ଭ କରି ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତିକରିବ । ପ୍ରେସମିଟରେ IMDର ବୁଲେଟିନ ଅନୁସାରେ ଏହି ତଥ୍ୟ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସମ୍ଭାବ୍ୟା ବାତ୍ୟା ‘ଅମ୍ଫାନ’ ୨୦ ତାରିଖରେ ଲାଣ୍ଡଫଲ କରିପାରେ । ୧୮ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବ । ୧୯ରେ ପୁରୀ ଠାରୁ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବ । ୨୦ ତାରିଖରେ ବର୍ଷା ଓ ପବନ ଲାଗି ରହିବ । ପବନର ବେଗ ୧୯ ତାରିଖରେ ଘଣ୍ଟା ପ୍ରତି ୬୦ରୁ ବଢ଼ି ୭୫ କିମି ଯାଏଁ ଯିବ । ୨୦ ତାରିଖରେ ବୃଦ୍ଧି ପାଇ ଏହା କେତକ ସ୍ଥାନରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଘଣ୍ଟା ପ୍ରତି ରହିବ । ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଆଦି ୧୨ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ମୁକାବିଲା ପାଇଁ ଓଡ୍ରାଫର ୨୦ଟି ଟିମ୍, ଏନଡିଆରଏଫର ୧୮ଟି ଟିମ୍, ଅଗ୍ନିଶମ ବାହିନୀର ୩୩୫ଟି ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ବାତ୍ୟା ସମ୍ଭନ୍ଧରେ ସଠିକ୍ ସୂଚନା ମିଳିଲା ପରେ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯିବ । ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛୁ, ସେମାନେ ସତର୍କ ଅଛନ୍ତି । ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ବାତ୍ୟା ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ମେଘାଳୟ ସମେତ ୮ଟି ରାଜ୍ୟରେ ବର୍ଷା ହେବ ।

Leave a Reply