ଝିଅ ଯୋଗାଇବାକୁ କହି ଠକୁଥିଲେ ସାଇବର ଠକ୍

ଭୁବନେଶ୍ବର: ଏସକର୍ଟ ସର୍ଭିସ ନାଁରେ ଚାଲିଛି ସାଇବର ଠକେଇ । ଅନଲାଇନରେ ବିଜ୍ଞାପନ ଦେଉଛନ୍ତି ଠକ । ଲୋଭନୀୟ ବିଜ୍ଞାପନ ଦେଖି ଗ୍ରାହକ ଯୋଗାଯୋଗ କଲେ ସେମାନଙ୍କୁ ଠକୁଛନ୍ତି ଝିଅ । ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ରକୁ କମିଶନରେଟ ପୋଲିସ ଗିରଫ କରିବା ପରେ ଖୋଲିଛି ଗୁମର । ଜଣେ ଯୁବତୀଙ୍କ ସହିତ ୫ ଜଣ ଗିରଫ ।
ସୂଚନାଯୋଗ୍ୟ, ହୋଟେଲରେ ଝିଅ ଯୋଗାଇ ଦେବାକୁ ଠକ ଦେଉଥିଲେ ଅଫର । ଫୋନ କଲେ ସୁନ୍ଦରୀଙ୍କ ଅଫର ଦେଉଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କଠାରୁ ୧୦୨ଟି ସିମ, ମୋବାଇଲ, ୨୩ଟି ଏଟିଏମ, ବ୍ୟାଙ୍କ ଆକାଉଣ୍ଟ ଓ ୮୮ ହଜାର ଟଙ୍କା ଜବତ କରାଯାଇଛି । ୧୫ଟି ଆକାଉଣ୍ଟ ଫ୍ରିଜ କରାଯାଇଛି । ଯେଉଁଥିରେ ୨୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି ।