ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ; ୬୧ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

1 min read

ବର୍ମିଂହମ୍: ଉଦଯାପିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭକୁ ଉଦଯାପନ କରାଯାଇଛି । ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ରଚିଛି ସ୍ବର୍ଣ୍ଣିମ ଅଧ୍ୟାୟ । ୨୨ ସ୍ବର୍ଣ୍ଣ ସହିତ ଭାରତ ଖାତାକୁ ଆସିଛି ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ । ମୋଟ ୬୧ଟି ପଦକ ହାସଲ କରି ତାଲିକାର ଚତୁର୍ଥରେ ରହିଛି ଭାରତ । ପଦକ ତାଲିକାରେ ୬୭ଟି ସ୍ବର୍ଣ୍ଣ ସମେତ ମୋଟ ୧୭୮ ପଦକ ପାଇ ଅଷ୍ଟ୍ରେଲିଆ ରହିଛି ପ୍ରଥମ ସ୍ଥାନରେ । ୫୬ଟି ସ୍ବର୍ଣ୍ଣ ସମେତ ମୋଟ ୧୭୩ ପଦକ ପାଇ ଇଂଲଣ୍ଡ ରହିଛି ଦ୍ବିତୀୟ ସ୍ଥାନରେ । ୨୬ଟି ସ୍ବର୍ଣ୍ଣ ସହ ମୋଟ ୯୨ଟି ପଦକ ପାଇ କାନଡା ରହିଛି ତୃତୀୟ ସ୍ଥାନରେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ବ୍ୟାଡମିଣ୍ଟରେ ଭାରତକୁ ହାଟ୍ରିକ୍ ସ୍ବର୍ଣ୍ଣ ପଦକ ମିଳିଥିବାବେଳେ ସୁନା ଆଣିଛନ୍ତି ସୁନା ପୁଅ ଲକ୍ଷ୍ୟ ସେନ୍ । ବ୍ୟାଡମିଣ୍ଟନ ମେନସ ସିଙ୍ଗଲସରେ ମାଲେସିଆର ୟୋଙ୍ଗଙ୍କୁ ହରାଇ ଗୋଲ୍ଡ ମେଡାଲ ଜିତିଛନ୍ତି ଲକ୍ଷ୍ୟ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ବି ସ୍ବର୍ଣ୍ଣ ପଦକ ଜିତିଛନ୍ତି ପି ଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାକୁ ହରାଇ ସିନ୍ଧୁ ସୁନା ଜିତିଛନ୍ତି ।

କାନାଡାର ମିଚେଲ ଲିଙ୍କୁ ୨୧-୧୫ ଓ ୨୧-୧୩ରେ ପରାଜିତ କଲେ ସିନ୍ଧୁ । ପୁରୁଷ ଡବଲସରେ ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଠି ସ୍ବର୍ଣ୍ଣ ପାଇଛନ୍ତି । ସେହିପରି ଟେବଲ ଟେନିସ ସିଙ୍ଗଲସରେ ନିଜର କ୍ୟାରିୟରେ ଦ୍ବିତୀୟ ଥର ଲାଗି ସ୍ବର୍ଣ୍ଣ ହାସଲ କରିଛନ୍ତି ସରଥ କମଲ । ଟେବୁଲ ଟେନିସ ମିକ୍ସ ଡବଲସରେ ଅଚନ୍ତା ଶରତ କମଲ ଓ ଶ୍ରୀଜା ଅକୁଲାଙ୍କ ସ୍ବର୍ଣ୍ଣ ସହ ଅନ୍ୟ ଇଭେଣ୍ଟରେ ମୋଟ ୪ଟି ସ୍ବର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲା ଭାରତ ।

ଏଥିସହିତ ପଢ଼ନ୍ତୁ: ଛତିଶଗଡ଼ ମୁହାଁ ଅବପାତ; ୪ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି