ମହାନଦୀ ପଡ଼ିଆ ପାଲଟିଛି ଏୟାର ଫିଲ୍ଡ , ଘର ବଖରାକୁ କରିଛନ୍ତି ପ୍ରୟୋଗଶାଳା

କଟକ: ସୋଲ ଓ ପଟି ସହ ଖେଳୁ ଖେଳୁ ସେ ବନି ଗଲେ ଏରୋପ୍ଲେନ ବୟ । ଅଳ୍ପ ବୟସରେ ଉଡ଼ାଜାହାଜ ଉଡ଼ାଇବାକୁ ଇଚ୍ଛା ତାଙ୍କୁ ଚଢାଇଲା ସଫଳତାର ଶିଡି । ଘରେ ବସି ତିଆରି କରୁଛନ୍ତି ରିମୋଟ କଣ୍ଟ୍ରୋଲ ଏରୋପ୍ଲେନ୍ ସହ ବହୁ ରିମୋର୍ଟ ସାମଗ୍ରୀ ।

ଅଟୋ ଚାଳକ ବାପାଙ୍କର ଇଞ୍ଜିନିୟର ପୁଅ । ମାତ୍ର ୧୪ ବର୍ଷ ବୟସରେ ବିଚକ୍ଷଣ ବୁଦ୍ଧି । ଆକାଶରେ ଏରୋପ୍ଲେନ୍ ଉଡ଼ାଇଛନ୍ତି କଟକ ତୁଳସୀପୁରର ଆଦିତ୍ୟ । ସୋଲ ସହ ଖେଳୁ ଖେଳୁ ପାଲଟିଗଲେ ଏରୋପ୍ଲେନ୍ ବୟ । ଗୋଟିଏ କି ୨ ଟି ନୁହେଁ ଏକାଧିକ ଏରୋପ୍ଲେନ ତିଆରି କରି ରିମୋଟରେ ଉଡ଼ାଉଛନ୍ତି ଆଦିତ୍ୟ । ମହାନଦୀ ପଡ଼ିଆ ତାଙ୍କ ପାଇଁ ପାଲଟିଛି ଏୟାର ଫିଲ୍ଡ । ଆଉ ଘରର ଗୋଟିଏ ବଖରା କରିଛନ୍ତି ସେ ପ୍ରୟୋଗଶାଳା ।

ପିଲାବେଳୁ ଉଡାଜାହାଜ ପ୍ରତି ଥିବା ଦୁର୍ବଳତା ତାଙ୍କୁ ଆଜି ଦେଇଛି ସ୍ବତନ୍ତ୍ର ପରିଚୟ । ଆଠ ବର୍ଷ ବୟସରୁ ଆଦିତ୍ୟ ତିଆରି ଆରମ୍ଭ କରିଥିଲେ ଏଭଳି ରିମୋଟ କଣ୍ଟ୍ରୋଲ ଏରୋପ୍ଲେନ୍ । ସାମର୍ଥ୍ୟ ଅନୁସାରେ ପୁଅକୁ ବାପା ଯୋଗାଇଥିଲେ ସାହାଯ୍ୟ ସହଯୋଗ । ଫଳରେ ନବମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ଏବେ ଉଡାଜାହଜ ସହ ରିମୋଟ କଣ୍ଟ୍ରୋଲ ପାଣିଜାହଜ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍ ଓ ସାଇକେଲ ତିଆରି କରିପାରିଛନ୍ତି । ଆଗକୁ ଯଦି ଆଦିତ୍ୟଙ୍କୁ ଅଧିକ ପ୍ରୋତ୍ସାହନ ମିଳିଲେ ନିଶ୍ଚିତ ରୂପେ ସେ ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତେ ।

ଏଥିସହିତ ପଢ଼ନ୍ତୁ: ଜଡି ବୁଟିର ଲେପ ସହ ବାଉଁଶ ତାଟ ଯୋଡ଼ିପାରୁଛି ଭଙ୍ଗା ହାଡ଼

Leave a Reply