spot_img

Latest Posts

କରୋନା ସଂଖ୍ୟା କମୁନଥିବାରୁ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି। କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି। ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତି ବେବେ। ସଂକ୍ରମଣ କମୁଥିବାରୁ ଲୋକ ଢିଲା ପଣ ହେବା ଅନୁଚିତ। କାରଣ ଢ଼ିଲାପଣ ହେଲେ ସ୍ଥିତି ଆଗକୁ ଆହୁରି ଗମ୍ଭିର ହୋଇପାରେ। କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର। କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଯେଉଁ ମାନେ ଆସୁଛନ୍ତି ତାଙ୍କ କ୍ୱାରେଣ୍ଟାଇନ କରିବା ସହ ତାଙ୍କ ଉପରେ ନଜର ରହିବ। ଯେଉଁମାନେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ବଡ଼ରିଂ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ। ତେଣୁ ଆମକୁ ସଚେତନ ରହିବା ଦରକାର ନ ହେଲେ ବିପଦ ପୁଣି ବଢ଼ିବ।

Latest Posts

Don't Miss