spot_img

Latest Posts

ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା, ଆଜି ରାତିରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା। କିପରି ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେକୁ ଶୃଙ୍ଖଳିତ କରାଯାଇପାରିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି। ଆଜି ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ। ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ଚାଲିଛି।

ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ। ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ଡିଡି ତରଫରୁ ବାହୁଡା ଓ ସୂନାବେଶ ପାଇଁ ଲାଇଭ୍ ଟେଲିକାଷ୍ଟ କରାଯିବ। ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବ, ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ, ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ନିୟମ କିପରି ଉଲ୍ଲଂଘନ ନହେବ, ସେନେଇ ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର, ଲଜିଂ, ହୋଟେଲ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ସର୍ଭେ କରାଯାଇଛି। ନିଜେ ଏସ୍‌ପି ଅନ୍ୟ ବିଭାଗ ଅଧିକାରୀଙ୍କ ସହ ବୁଲି ଯାଞ୍ଚ କରିଥିଲେ। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶୃଙ୍ଖଳିତ ଭାବେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ସଂଧ୍ୟା ଦର୍ଶନ ଓ ଏବର୍ଷର ଶେଷ ଆଡ଼ପ ଅବଢ଼ା ମିଳିବ।

Latest Posts

Don't Miss