ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ, ଆଇଡି ବିସ୍ଫୋରଣ ପରେ ଗୁଳିମାଡ଼ କଲେ ଆତଙ୍କୀ

1 min read
CRPF Convey targeted with an IED at Circular Road Pulwama

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ଆଇଡି ବିସ୍ଫୋରଣ କରି ସିଆରପିଏଫକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ସିଆରପିଏଫର ପାଟ୍ରୋଲିଂ ଟିମକୁ ଲକ୍ଷ୍ୟ କରି ଆତଙ୍କବାଦୀ ପ୍ରଥମେ ଆଇଡି ବିସ୍ଫୋରଣ କରିବା ପରେ ଫାୟାରିଂ କରିଥିଲେ । ତେବେ, ଏଥିରେ କେହି ମୃତାହତ ହୋଇନାହାଁନ୍ତି । ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି ।ଆତଙ୍କବାଦୀ ପୁଲୱାମା ସର୍କୁଲାର ରୋଡରେ ପାଟ୍ରୋଲିଂ କରୁଥିବା ସୁରକ୍ଷାବଳର ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ଆଇଡି ବିସ୍ଫୋରଣ କରିବା ପରେ ଗୁଳିଚାଳନା ହୋଇଥିଲା । ଜମ୍ମୁକାଶ୍ମୀରରେ ସୁରକ୍ଷାବଳର ଅଭିଯାନ ପରେ ଆତଙ୍କବାଦୀ ଚିନ୍ତିତ ହୋଇ ପଡ଼ିଛନ୍ତି । ଅନେକ ସମୟରେ ସେମାନେ ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ଜମ୍ମୁ କଶ୍ମୀରରେ ସ୍ଥାନୀୟ ପୋଲିସ ସହିତ ସୁରକ୍ଷାବଳ ଆତଙ୍କବାଦୀ ବିରୋଧୀ ଅପରେସନରେ ସାମିଲ ହୋଇଛନ୍ତି ।

ଶନିବାର କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ବିଭିନ୍ନ ସମୟରେ ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି ।

India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

Leave a Reply