spot_img

Latest Posts

ଚିଙ୍ଗୁଡ଼ି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର

ପଟ୍ଟାମୁଣ୍ଡାଇ : ଚିଙ୍ଗୁଡ଼ି ଘେରିରୁ ବନ ବିଭାଗ ଉଦ୍ଧାର କଲା ୧୪ଫୁଟ ଲମ୍ବର ବିରାଟକାୟ କୁମ୍ଭୀର। ଗତକାଲି କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଚାଉଳିଆକୋଲ୍ହା ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି।  କୁମ୍ଭୀର ଚିଙ୍ଗୁଡ଼ି ଘେରିରେ ଭାସୁଥିବା ନେଇ ଘେରି ମାଲିକ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ବନ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଚି କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି ।ରାତି ହୋଇଯାଇଥିବାରୁ କୁମ୍ଭୀରଟିକୁ ଉଦ୍ଧାର କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । ଉଦ୍ଧାର ପରେ ୧୪ ଫୁଟିଆ କୁମ୍ଭୀରଟିକୁ ଭିତରକନିକା ଅଭୟାରଣ୍ୟକୁ ନିଆଯାଇଛି ।

Latest Posts

Don't Miss